ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ୨୩/୦୫: ବାଣପୁର କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି ଚିଲିକା ବିଧାୟକଙ୍କର ଅନ୍ତରୀଣ ଜାମିନ ଅବଧି ସରିବା ପରେ ସେ ଜେଲ୍ ଯିବାର ଥିଲା। ସେହି ଆଧାରରେ ବିଧାୟକ ବାଣପୁର କୋର୍ଟରେ ହାଜର ହୋଇଛନ୍ତି । ଏବେ ବାଣପୁର ସବ୍-ଜେଲକୁ ଯିବେ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଉଚ୍ଚ ନ୍ୟାୟାଳୟ ନିୟମିତ ଜାମିନକୁ ଖାରଜ କରିଦେଇଛନ୍ତି। ୨୩ ତାରିଖରେ ଚିଲିକା ବିଧାୟକ ବାଣପୁର ତଳ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଚାରପତିଙ୍କ ନିକଟ ଉପସ୍ଥିତ ହେବା ପରେ ରାୟ ଶୁଣାଣି ହେବ। ସେଠାରୁ ଚିଲିକା ବିଧାୟକଙ୍କୁ ୧୪ ଦିନିଆ ବିଚାରବିଭାଗୀ ହାଜରକୁ ଯିବେ ବୋଲି ସୂଚନା ମିଳିଛି।
ସୂଚନା ଥାଉକି, ବାଣପୁର ବ୍ଲକ ସମ୍ମୁଖରେ ଗତ ମାର୍ଚ୍ଚ ୧୨ ତାରିଖରେ ଅଭାବନୀୟ ଘଟଣା ଘଟିଥିଲା । ୨୦ ଜଣରୁ ଅଧିକ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରୁ ବାଦ୍ ପଡିନଥିଲେ ଥାନାଅଧିକାରୀ କି ସାଧାରଣଲୋକ । ପରିସ୍ଥିତି ଏପରି ହେଲା କି ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଘାତିଆ ଛେଚିଲେ, ଦାମୀ କାର୍କୁ ଭାଙ୍ଗିରୁଜି ଚୁର୍ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଶାନ୍ତଙ୍କୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇଜି ନରସିଂହ ଭୋଳ ବାଣପୁର ଯାଇ ଘଟଣାର ଅନୁଧ୍ୟାନ କରିଥିଲେ।