PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ବିକାଶ ପାଇଁ କେନ୍ଦ୍ର-ରାଜ୍ୟର ମିଳିତ ଉଦ୍ୟମ ଲୋଡ଼ା: ପ୍ରତାପ

କେହି ତାଙ୍କୁ କହନ୍ତି ଓଡ଼ିଶାର ମୋଦି, ତାଙ୍କର ସମର୍ଥକଙ୍କ ପାଇଁ ସେ ନନା । ଅତ୍ୟନ୍ତ ସରଳ ଓ ସାଧାରଣ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱରର ନବନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ସମୟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଉପସ୍ଥିତ ଜନତାଙ୍କର କରତାଳି ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଇଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓ ଶାହ ତାଳିମାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କୁ ମିଳିଥିବା ଦୁଇ ମନ୍ତ୍ରଣାଳୟର ସେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଅସ୍ଥାୟୀ ଭାବେ ଏବେ ସେ ଓଡ଼ିଶା ଭବନରେ ରହୁଛନ୍ତି । ବିଭାଗୀୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସାକ୍ଷାତ କରି ତାଙ୍କ କାର୍ଯ୍ୟ ପ୍ରସଙ୍ଗରେ ଅବଗତ କରାଉଛନ୍ତି । ସେ ମଧ୍ୟ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେବା କାର୍ଯ୍ୟ ଜାରି ରଖିଛନ୍ତି । ଦିଲ୍ଲୀର ଚାକଚକ୍ୟ ତାଙ୍କୁ ଛୁଇଁପାରିନାହିଁ । ଦେହରେ କୁର୍ତ୍ତା-ପାଇଜାମା, ପାଦରେ ପ୍ଲାଷ୍ଟିକ ଚପଲ ଏବଂ ମୁଣ୍ଡରେ ଫୁର୍‌ଫୁର୍‌ ବାଳ । ଏହା ତାଙ୍କର ହେଉଛି ଟ୍ରେଡ୍‌ମାର୍କ । ସକାଳୁ ଆରମ୍ଭ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କ ସହ ସାକ୍ଷାତ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା । ଏଭଳି ବ୍ୟସ୍ତତା ମଧ୍ୟରେ ସେ ପ୍ରମେୟ ପ୍ରତିନିଧି ନିଗମାନନ୍ଦ ପୃଷ୍ଟିଙ୍କ ସହ କିଛି ସମୟ କଥାବାର୍ତ୍ତା କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ପ୍ରଶ୍ନ: କୁହାଯାଉଛି ଆପଣ ହେଉଛନ୍ତି ଓଡ଼ିଶାର ମୋଦି । ଏନେଇ କ’ଣ କହିବେ?
ଉତ୍ତର: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋତେ ତୁଳନା କରିବା ଠିକ୍‌ ନୁହେଁ । ମୋଦି ଆମର ନେତା ଓ ପ୍ରେରଣାର ସ୍ରୋତ । ତାଙ୍କ ଯଶସ୍ୱୀ ନେତୃତ୍ୱ ଯୋଗୁଁ ଆମେ ସଳତା ହାସଲ କରିଛୁ । ଏକ ସାଧାରଣ ପରିବାରରୁ ଦାରିଦ୍ରତା ମଧ୍ୟରେ ଗତି କରି ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି । ମୋର ଜୀବନ ଲୋକଙ୍କ ପାଇଁ ଉତ୍ସର୍ଗ । ମୁଁ ନିଜ ପାଇଁ କେବେ ଚିନ୍ତା କରେନାହିଁ । ଲୋକଙ୍କ ପାଇଁ କାର୍ଯ୍ୟ କରିବା ଏବଂ ସେମାନଙ୍କ ସୁବିଧା ଓ ଅସୁବିଧା ସମୟରେ ଛିଡ଼ା ହେବା ମୋତେ ଆନନ୍ଦ ଦିଏ ।

ପ୍ରଶ୍ନ: ସୋସିଆଲ ମିଡିଆରେ ଏତେ ଶୀଘ୍ର ଆପଣଙ୍କର ଲୋକପ୍ରିୟତା କିଭଳି ବଢ଼ିଲା? ଉତ୍ତର: ଦେଖନ୍ତୁ ମୁଁ ଏହା ଜାଣେ ନାହିଁ, ନାଁ ମୋର ଏହା ପଛରେ କୌଣସି ହାତ ରହିଛି । ଆପଣଙ୍କ ଭଳି ସାମ୍ବାଦିକ ବନ୍ଧୁମାନେ ମୋ କଥା ଲେଖୁଛନ୍ତି ।ଳରେ ମୋର ସଂଘର୍ଷମୟ ଜୀବନ ଓ ସାଧାରଣ ଜୀବନଯାତ୍ରାର କାହାଣୀ ଲୋକଙ୍କ ନିକଟରେ ପହି ପାରିଛି ।

ପ୍ରଶ୍ନ: ମନ୍ତ୍ରୀ ହେବା ପରେ କିଭଳି ଅନୁଭବ କରୁଛନ୍ତି? ଉତ୍ତର: ମନ୍ତ୍ରୀ ହେବି ବୋଲି ମୁଁ କେବେ ଆଶା କରୁନଥିଲି । ଏବେ ମୋର କାର୍ଯ୍ୟ ହେଉଛି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା କିପରି ମୁଁ ପାଳନ କରିବି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ଉପରେ ଯେଉଁ ବିଶ୍ୱାସ କରି ମନ୍ତ୍ରୀ ପଦର ଦାୟିତ୍ୱ ଦେଇଛନ୍ତି ସେଥିରେ ମୁଁ କିପରି ସଳ ହେବି । ମୋଦିଙ୍କ ମନ୍ତ୍ର ହେଉଛି ଦେଶର ବିକାଶ । ମୁଁ ମୋର ଶକ୍ତି ଦେଶର ବିକାଶ ପାଇଁ ଲଗାଇବି । ମୋର ବିଶ୍ୱାସ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ପାଳନ କରିପାରିବି ।

ପ୍ରଶ୍ନ: ଓଡ଼ିଶାର ବିକାଶ ନେଇ ଆପଣଙ୍କ କିଭଳି ଆଭିମୁଖ୍ୟ ରହିଛି? ଉତ୍ତର: ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ବ୍ୟବହାର କରି ମୁଁ ଓଡ଼ିଶାର ଅନେକ ବିକାଶ କରିପାରିବି । ରାଜ୍ୟରେ ଦୁଗ୍‌ଧ ଉତ୍ପାଦନ ଓ ପଶୁପାଳନ ବୃଦ୍ଧି କରିବାର ଅନେକ ସୁଯୋଗ ରହିଛି । ସେହିଭଳି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅନେକ କାର୍ଯ୍ୟ କରାଯାଇ ପାରିବ । ମୁଁ ବର୍ତ୍ତମାନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରୁଛି । ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ଅନୁସାରେ ଯୋଜନା ପ୍ରସ୍ତୁତ କରାଯିବ । ପ୍ରଶ୍ନ: ଓଡ଼ିଶାରେ ନବୀନ ବାବୁଙ୍କ ସରକାର ଅଛି । ତାଙ୍କଠାରୁ ଆପଣ କ’ଣ ଆଶା କରୁଛନ୍ତି? ଉତ୍ତର: ଦେଖନ୍ତୁ ଏବେ ଆଉ ଆଗାମୀ ୫ ବର୍ଷ ପାଇଁ ନିର୍ବାଚନ ନାହିଁ । ଓଡ଼ିଶାର ବିକାଶ ହେଉଛି ଆମର ଲକ୍ଷ୍ୟ । ଏଥିସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ କାର୍ଯ୍ୟ କରିବାକୁ ହେବ । ମୋଦି ସରକାର ଗତ ୫ ବର୍ଷରେ ସମସ୍ତ ପ୍ରକାର ସହଯୋଗ କରିଛନ୍ତି । ଆଗାମୀ ୫ ବର୍ଷରେ ମଧ୍ୟ ଓଡ଼ିଶାର ବିକାଶ ନେଇ ଯେଉଁ ପଦକ୍ଷେପ ଉଠାଇବାକୁ ହେବ କେନ୍ଦ୍ର ସରକାର ସେଥିରୁ ପଛାଇବେ ନାହିଁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହ ଗଠନମୂଳକ ସହଯୋଗ କରିବାକୁ ହେବ । ରାଜ୍ୟରେ ଶାସକ ବିଜେଡି ତାର କାର୍ଯ୍ୟ କରୁ । ଆମ ଦଳ ବିଜେପି ମଧ୍ୟ ସଂଗଠନକୁ ବଢ଼ାଇବା ସହ ଏହାକୁ ମଜବୁତ୍‌ କରିବାକୁ ସମସ୍ତ କାର୍ଯ୍ୟ କରିବ । ଆମେ ମଧ୍ୟ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ଜୋରଦାର୍‌ ଉଠାଇବୁ । ରାଜ୍ୟର ବିକାଶ ନେଇ ଆମର ଲକ୍ଷ୍ୟ ପଥରୁ ବିଚ୍ୟୁତ୍‌ ହେବୁ ନାହିଁ ।

ପ୍ରଶ୍ନ: ବିଜେଡିକୁ ଗାଦିଚ୍ୟୁତ୍‌ କରିବା ପାଇଁ ବିଜେପି ପକ୍ଷରୁ ବହୁ ଉଦ୍ୟମ କରାଯାଇଥିଲା, ହେଲେ ସଳ ହେଲେନି କାହିଁକି? ଉତ୍ତର: ଓଡ଼ିଶାବାସୀ ଯେଉଁ ଜନାଦେଶ ଦେଇଛନ୍ତି ତାହାକୁ ଆମେ ମୁଣ୍ଡ ନୁଆଇଁ ସ୍ୱୀକାର କରୁଛୁ । ଆମର ପ୍ରଦର୍ଶନ ଖରାପ ହୋଇନାହିଁ । ପୂର୍ବରୁ ଆମେ ୩ ନମ୍ବରରେ ଥିଲୁ । ଏବେ ବିଜେଡିର ପାଖାପାଖି ହୋଇ ୨ ନମ୍ବରରେ ପହିଛୁ । ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଆମକୁ ମାତ୍ର ଗୋଟିଏ ଆସନ ପ୍ରାପ୍ତ ହୋଇଥିଲା । ଏବେ ୨୦୧୯ ଲୋକସଭା ନିର୍ବାଚନରେ ୮ଟି ଆସନ ପାଇଛୁ । ହେଲେ ବିଧାନସଭା ନିର୍ବାଚନରେ ଆମକୁ ଆଶାନୁରୂପ ସଳତା ମିଳିନାହିଁ । ଏହାର କାରଣ ନେଇ ତର୍ଜମା କରାଯିବ । ଏବେ ଆମର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ବିକାଶ ଓ ସଂଗଠନକୁ ଆହୁରି ମଜବୁତ୍‌ କରିବା ।

ପ୍ରଶ୍ନ: ଅଭିଯୋଗ ହେଉଛି ଗ୍ରାହମ୍‌ ଷ୍ଟେନ୍‌ସ ହତ୍ୟାକାଣ୍ଡ ପଛରେ ଆପଣଙ୍କ ହାତ ରହିଛି । ଆପଣଙ୍କର ପ୍ରତିକ୍ରିୟା କ’ଣ? ଉତ୍ତର: ମୋର କେତେକଙ୍କ ବିରୋଧୀଙ୍କ ଏଭଳି ଅଭିଯୋଗ ହେଉଛି ଏକ ରାଜନୈତିକ ଚକ୍ରାନ୍ତ । ମୋର ରାଜନୈତିକ ସଳତା ସେମାନେ ସହି ପାରୁନାହାନ୍ତି । ଗରିବଙ୍କ ନାଁରେ ସେମାନେ ରାଜନୀତି କରୁଥିଲେ । କିନ୍ତୁ ଏବେ ସେମାନଙ୍କ ଦୋକାନ ବନ୍ଦ ହୋଇଯାଇଛି । ଏଭଳି ଅଭିଯୋଗ କରି ସେମାନେ ପ୍ରତାରଣା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଏନେଇ ମୋର ଟିକିଏ ହେଲେ ଚିନ୍ତା ନାହିଁ । ଗ୍ରାହମ୍‌ ଷ୍ଟେନ୍‌ସଙ୍କ ହତ୍ୟା ନେଇ ଯେଉଁ କମିଶନ ଗଠନ କରାଯାଇଥିଲା ତାହାର ରିପୋର୍ଟ ଆସିଛି । ସେଥିରେ ମୋର ହାତ ଥିବାର ନାଁ ଗନ୍ଧ ନାହିଁ । ତାହା ସତ୍ତେ୍ୱ କେତେକ ବିରୋଧୀ ମୋତେ ବଦନାମ୍‌ କରିବା ପାଇଁ ଅପପ୍ରଚାର କରୁଛନ୍ତି । କିନ୍ତୁ ସେମାନେ ଏଥିରେ ସଫଳ ହେବେ ନାହିଁ । ମୁଁ ମୋର ଜୀବନ ମୋ ରାଜ୍ୟ ତଥା ବାଲେଶ୍ୱରବାସୀଙ୍କୁ ଉତ୍ସର୍ଗ କରିଛି । ଏଥିରୁ ମୁଁ ହଟିବି ନାହିଁ ।

ପ୍ରଶ୍ନ: ଆପଣଙ୍କ ଲୋକସଭା ଆସନ ବାଲେଶ୍ୱରବାସୀଙ୍କ ପାଇଁ ଆପଣଙ୍କର ସନ୍ଦେଶ କ’ଣ?                                                                                                                                ଉତ୍ତର: ବାଲେଶ୍ୱରବାସୀ ଧନବଳ ନିକଟରେ ମୁଣ୍ଡ ନୁଆଁଇ ନାହାନ୍ତି । ସେମାନେ ନିଜର ସ୍ୱାଭିମାନ ପାଇଁ ମୋତେ ଲୋକସଭାକୁ ପଠାଇଛନ୍ତି । ସେମାନଙ୍କ ସୁଖଦୁଃଖ ସହ ମୁଁ ନିଜକୁ ସାମିଲ କରିଛି । ସେମାନଙ୍କ ବିକାଶ ପାଇଁ ମୁଁ କାର୍ଯ୍ୟ କରିବି । ଏବେ ମୋତେ ଭାରତ ସରକାରଙ୍କ ମନ୍ତ୍ରୀ ପଦ ମିଳିଛି । ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ସହ ବାଲେଶ୍ୱରର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବି ।

ସମ୍ବନ୍ଧିତ ଖବର