PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରତୀକ-ସାନ୍ୟାଙ୍କ ମେହେନ୍ଦୀ ଉତ୍ସବର ଫଟୋ

source:www.bollywoodlife.com

ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ୍ ବର୍ବରଙ୍କ ପୁଅ ପ୍ରତୀକ ଆଜି ନିଜ ଗର୍ଲଫ୍ରେଣ୍ଡ ସାନ୍ୟା ସାଗରଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ ପୂର୍ବରୁ ସାମ୍ନାକୁ ଆସିଛି ହଳଦୀ ଓ ମେହେନ୍ଦୀ ଭଳି କିଛି ଉତ୍ସବର ଫଟୋ । ସୋସିଆଲ ମିଡିଆରେ ପ୍ରତୀକ ବର୍ବର ଓ ସାନ୍ୟାଙ୍କ କିଛି ଫଟୋ ସାମ୍ନାକୁ ସାସିଛି । ଫଟୋରେ ଉଭୟ ବହୁତ ଖୁସି ନଜର ଆସୁଛନ୍ତି ।

କହିରଖୁଛୁ ପ୍ରତୀକ ବର୍ବର ହେଉଛନ୍ତି ରାଜ୍ ବର୍ବର ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ପୁଅ । ତେବେ ପ୍ରତୀକଙ୍କ ହେବାକୁ ଯାଉଥିବା ପତ୍ନୀ ସାନ୍ୟା ମଧ୍ୟ ରାଜନୈତିକ ପରିବାର ସହିତ ଜଡିତ । ସାନ୍ୟା ସାଗରଙ୍କ ପିତା ପବନ ସାଗର ବହୁଜନ ସମାଜପାର୍ଟିର ଲିଡର ଅଟନ୍ତି । ଜାଣିରଖନ୍ତୁ ରାଜ୍ ବର୍ବର ଏବେ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଛନ୍ତି । ସୂଚନା ଅନୁସାରେ ଆଜିର ବିବାହ କାର‌୍ୟ୍ୟକ୍ରମରେ ଅନେକ ଭିଆଇପି ଓ ରାଜନେତା ସାମିଲ ହେବେ । କହିରଖୁଛୁ ପ୍ରତୀକ ଅନେକ ହିନ୍ଦୀ ଫିଲ୍ମରେ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିସାରିଛନ୍ତି । ଏହାସହିତ ସେ ଖୁବଶୀଘ୍ର ଶୁସାନ୍ତ ସିଂ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଛିଛୋରେ’ରେ ନଜର ଆସିବେ ।