PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଶ୍ୱର ସବୁଠୁ କମ୍‌ ଉଚ୍ଚତାର ବଡି ବିଲ୍ଡର କଲେ ବିବାହ, ସୋସିଆଲ ମିଡ଼ିଆରେ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ – ବିଶ୍ୱର ସବୁଠୁ କମ୍‌ ଉଚ୍ଚତା ଥିବା ବଡି ବିଲ୍ଡଡର ପ୍ରତୀକ ଭିଠଲ ମୋହିତେ ବିବାହ କରିଛନ୍ତି । ୩ଫୁଟ ୪ ଇଞ୍ଚ ଲମ୍ୱ ଥିବା ପ୍ରତୀକଙ୍କ ପାର୍ଟନର ଜୟାଙ୍କ ଉଚ୍ଚତା ୪ଫୁଟ ୨ ଇଞ୍ଚ। ପ୍ରତୀକଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ବି ସ୍ଥାନ ପାଇଛି। ତାଙ୍କ ନାମରେ ଏହି ରେକର୍ଡ ବିଶ୍ୱର ସବୁଠୁ କମ୍ ଉଚ୍ଚତା ବିଶିଷ୍ଟ ବଡ଼ି ବିଲ୍ଡର ପ୍ରତିଯୋଗୀ ଭାବେ ରହିଛି। ତାଙ୍କୁ ଏହି ଟାଇଟଲ ୨୦୨୧ରେ ମିଳିଥିଲା। ପ୍ରତୀକ ନିଜେ ପସନ୍ଦ କରିଥିବା ଝିଅକୁ ଚଳିତ ମାସର ଆରମ୍ଭରେ ବିବାହ କରିଛନ୍ତି। ଏହି ସମୟରେ ତାଙ୍କର ପରିବାରର ସଦସ୍ୟ ଓ ଅନେକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ୨୮ ବର୍ଷିୟ ଏହି ବଡ଼ି ବିଲ୍ଡର ନିଜର ୨୨ ବର୍ଷର ପାର୍ଟନର ଜୟାଙ୍କୁ ୪ ବର୍ଷ ପୂର୍ବେ ଭେଟି ଥିଲେ। ଏହାପରେ ଉଭୟଙ୍କର ନିର୍ବନ୍ଧ ହୋଇ ଥିଲା।

କହି ରଖୁଛି କି , ପ୍ରତୀକ କେବଳ ଜଣେ ବଡି ବିଲ୍ଡର ନୁହଁନ୍ତି , ସେ ଜଣେ ଇନଷ୍ଟାଗ୍ରାମ୍‌ ଇନଫ୍ଲୁଏନ୍ସର ମଧ୍ୟ। ଏଥିରେ ତାଙ୍କର ଦୁଇ ଲକ୍ଷରୁ ଅଧିକ ଫଲୋୱର୍ସ ଅଛନ୍ତି। ପ୍ରତୀକ ନିଜର ଫିଟନେସ୍‌ ଭିଡ଼ିଓ ସବୁ ଏଥିରେ ପୋଷ୍ଟ କରିଥାନ୍ତି। ଯେମିତି ହିଁ ସେ ନିଜର ବିବାହ ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି , ତାଙ୍କ ପାଖକୁ ଶୁଭେଚ୍ଛାର ମେସେଜ୍‌ ଆସିବାରେ ଲାଗିଛି। ଉଭୟ ପରାଠୀ ପରମ୍ପରା ଅନୁସାରେ ବିବାହ କରିଛନ୍ତି। ପ୍ରତୀକ ବର ପୋଷାକରେ ଡ୍ୟାନ୍ସ କରିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ନଜର ଆସୁଛି। ଅନ୍ୟ ଏକ ଫଟୋରେ ସେ ନିଜର ପତ୍ନୀ ଜୟାଙ୍କ ସହ ଠିଆ ହୋଇଛନ୍ତି।

ପ୍ରତୀକ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ମୁଁ ଜୟାଙ୍କୁ ଦେଖିବା କ୍ଷଣି ତାଙ୍କୁ ଭଲ ପାଇ ବସିଥିଲି। ମୋତେ ସେତେବେଳେ  ଜଣାପଡ଼ିଲା କି, ଏ ସେହି ଝିଅ , ଯାହାକୁ ମୁଁ ଖୋଜୁଥିଲି। ପ୍ରତୀକ ନିଜର ବଡ଼ି ବିଲ୍ଡିଂ କ୍ୟାରିୟରର ଆରମ୍ଭ ୨୦୧୨ ମସିହାରେ କରିଥିଲେ। ୨୦୧୬ରେ ସେ ପ୍ରଥମ ଥର ବଡି ବିଲ୍ଡିଂ ପ୍ରତିଯୋଗୀରେ ଭାଗ ନେଇଥିଲେ। ପ୍ରତୀକ କୁହନ୍ତି ତାଙ୍କର ଏହି ଯାତ୍ରାରେ ପରିବାର ଓ ବନ୍ଧୁଙ୍କର ବହୁତ ସହଯୋଗ ମିଳିଥିଲା।