ୟୁପିଏସସି ପରୀକ୍ଷାରେ କଳାହାଣ୍ଡିର ଝିଅ ପ୍ରତୀକ୍ଷା ପ୍ରଧାନଙ୍କ ସଫଳତା

ଭବାନୀପାଟଣା, ୨୩।୫ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୁରୁଣାପଡ଼ାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ସଫଳତା ପାଇଛନ୍ତି। ୬୭୦ ରାଙ୍କ୍ ରଖି ସେ ଉର୍ତ୍ତିଣ୍ଣ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ପାଇଁ ପ୍ରତୀକ୍ଷା ଗୌରବ ଆଣିଛନ୍ତି। ପ୍ରତୀକ୍ଷାଙ୍କ ପିତା ଗୋକୁଳ ପ୍ରଧାନ ଓ ମା’ ରଶ୍ମିତା ପ୍ରଧାନ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି।