ଅହମଦାବାଦ ୨୮/ ୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୩ର ଗ୍ରାଣ୍ଡ ଫାଇନାଲ ପାଇଁ ପ୍ରସ୍ତୁତ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ । ପ୍ରଶଂସକଙ୍କ ଉତ୍ସାହ ସାଙ୍ଗକୁ ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ୍ ଭିଡ ମ୍ୟାଚ୍ର ରୋମଞ୍ଚ ବଢାଇବ । ଦୁଇ ଦମଦାର ଟିମ୍ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପାର୍ କିଙ୍ଗସ୍ ପୂରାପୂରି ଭାବେ ତୟାର । ଧୋନି ମାନିଆ ସାଙ୍ଗକୁ ଶୁବମାନ ଗିଲଙ୍କ ପାଓ୍ବାର ଶୋ' ମ୍ୟାଚରେ ଆଣିବ ଜବରଦସ୍ତ ଟ୍ବିଷ୍ଟ । ତେବେ ଟାଇଟଲ୍ ଲଢେଇରେ ଦୁଇ ଟିମ୍ଙ୍କ ଚୂଡାନ୍ତ ଏକାଦଶ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଫାଇନାଲରେ ଦୁଇ ଟିମ୍ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍ । କ୍ବାଲିଫାୟର-୧ ମୁକାବିଲାରେ ଗୁଜରାଟକୁ ୧୫ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ସେହିଭଳି କ୍ବାଲିଫାୟର-୨ରେ ମୁମ୍ବାଇକୁ ହରାଇ ଫାଇନାଲ ଟିକେଟ୍ ପାଇଥିଲା ପାଣ୍ଡ୍ୟା ବାହିନୀ । ଚେନ୍ନାଇ ବିପକ୍ଷରେ ଗୁଜରାଟର ରେକର୍ଡ ବେଶ୍ ଭଲ ରହିଛି । ଦୁଇ ଟିମ୍ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ଗୁଜରାଟ ୩ଟି ଓ ଚେନ୍ନାଇ ଗୋଟିଏ ମ୍ୟାଚ୍ ଜିତିଛି ।
wp:html/wp:html𝗔𝗟𝗟 𝗦𝗘𝗧! 👏 👏
— IndianPremierLeague (@IPL) May 28, 2023
It's time for the 𝗙𝗜𝗡𝗔𝗟 Showdown! 👍 👍#TATAIPL | #Final | #CSKvGT | @ChennaiIPL | @gujarat_titans pic.twitter.com/LXrtHxPDb4
ଚେନ୍ନାଇ ସୁପର୍ କିଙ୍ଗସ୍ର ସବୁଠାରୁ ବଡ ବଳ ହେଉଛନ୍ତି ଦୁଇ ଓପନର ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନଓ୍ବେ । ଋତୁରାଜ ବର୍ତ୍ତମାନ ସୁଦ୍ଧା ୧୫ଟି ମ୍ୟାଚ୍ ଖେଳି ୪୩.୩୮ ହାରରେ ୫୬୪ ରନ ସଂଗ୍ରହ କରିସାରିଲେଣି । ସେହିଭଳି କନଓ୍ବେ ୧୫ ମ୍ୟାଚ୍ରୁ ୫୨.୦୮ ହାରରେ ୬୨୫ ରନ କରିଛନ୍ତି । ତେଣୁ ଫାଇନାଲରେ ଦୁଇ ଓପନରଙ୍କ ବ୍ୟାଟରୁ ବଡ ପାର୍ଟନରସିପ୍ ଆଶା କରୁଛନ୍ତି ପ୍ରଶଂସକ । କିନ୍ତୁ ପ୍ରତିପକ୍ଷ ଗୁଜରାଟ ବୋଲର ମହମ୍ମଦ ସାମି, ମୋହିତ ଶର୍ମା ଓ ରାସିଦ ଖାନଙ୍କୁ ସାମ୍ନା କରିବା ନିହାତି ଭାବେ ସିଏସ୍କେ ବ୍ୟାଟରଙ୍କୁ କଷ୍ଟକର ହେବ । ସାମି ବର୍ତ୍ତମାନ ସୁଦ୍ଧା ୨୮ଟି ଓ୍ବିକେଟ ନେଇ ପର୍ପଲ କ୍ୟାପ୍ ନିଜ ପାଖରେ ରଖିଥିବା ବେଳେ ରାସିଦ ଖାନ ୨୭ଟି ଓ ମୋହିତ ଶର୍ମା ୨୪ଟି ଓ୍ବିକେଟ ନେଇ ସାରିଲେଣି । ଏହି ୩ ଜଣ ବୋଲର ଟାଇଟନ୍ସ ପାଇଁ ଏକ୍ସ-ଫ୍ୟାକ୍ଟର ହେବେ । ତଥାପି ଚେନ୍ନାଇର ଲମ୍ବା ବ୍ୟାଟିଂ ଲାଇନ୍ ଅପ୍ ଆଗରେ କିଭଳି ପ୍ରଦର୍ଶନ କରିବେ ତାହା ଉପରେ ନଜର ରହିବ ।
You May Read:
wp:embed {"url":"https://www.prameya.com/shubman-gill-become-king-from-crowned-prince-said-akash-chopra/","type":"wp-embed","providerNameSlug":"prameya"}ଅନ୍ୟପଟେ ଶୁବମାନ ଗିଲଙ୍କୁ ସହଳ ଆଉଟ୍ କରିବା ହିଁ ଧୋନି ବାହିନୀର ମୁଖ୍ୟ ଲକ୍ଷ୍ୟ । ଦୀପକ ଚହର, ମଥିସା ପଥିରାଣା ଓ ରବିନ୍ଦ୍ର ଜାଡେଜାଙ୍କ ଉପରେ ବୋଲିଂ ବାହିନୀ ନିର୍ଭର କରୁଥିବା ବେଳେ ଗିଲ୍ଙ୍କୁ ଅଟକାଇ ପାରିଲେ ଚେନ୍ନାଇ ପାଇଁ ପ୍ଲସ୍ ପଏଣ୍ଟ ହେବ । ଅନ୍ୟପଟେ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ ଓ ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଉପରେ ବି ନଜର ରହିବ ।
wp:html/wp:htmlAll the action, drama, emotion which is set to get captured by more than 50 different cameras across the stadium 🎥
— IndianPremierLeague (@IPL) May 28, 2023
Mr. Dev Shriyan, Director - Production and Broadcast breaks down the coverage of the Final Showdown for us👌🏻👌🏻#TATAIPL | #CSKvGT | #Final pic.twitter.com/pankEr6VHz
ଗୁଜରାଟ ଟାଇଟନ୍ସର ସମ୍ଭାବ୍ୟ ଏକାଦଶ: ଶୁବମାନ ଗିଲ/ ଜୋଶ ଲିଟିଲ୍ (ଇମ୍ପାକ୍ଟ ପ୍ଲେୟାର), ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଧିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ୍ ମିଲର, ରାହୁଲ ତେଓ୍ବାତିୟା, ରାସିଦ ଖାନ, ନୂର ଅହମଦ, ମହମ୍ମଦ ସାମି ଓ ମୋହିତ ଶର୍ମା
ଚେନ୍ନାଇର ସମ୍ଭାବ୍ୟ ଏକାଦଶ: ଡେଭନ କନଓ୍ବେ, ଋତୁରାଜ ଗାଏକ୍ବାଡ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ଅମ୍ବାତି ରାୟୁଡୁ/ ମଥିସା ପଥିରାଣା (ଇମ୍ପାକ୍ଟ ପ୍ଲେୟାର), ମୋଇନ ଅଲୀ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଦୀପକ ଚହର, ତୁଷାର ଦେଶପାଣ୍ଡେ ଓ ମହେଶ ଥିକସାନା
wp:html wp:html/wp:html /wp:html {"id":579378,"sizeSlug":"full","linkDestination":"none"}Get 𝗥𝗘𝗔𝗗𝗬 to experience the visual extravaganza! 👏 👏
— IndianPremierLeague (@IPL) May 28, 2023
DO NOT MISS the IPL MID SHOW in the #TATAIPL 2023 Grand Finale! 🎥 😎#GTvCSK pic.twitter.com/W5OGC9itQg
