PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଆଉଟସୋରସିଂ କର୍ମଚାରୀ, ୨୬ରେ ହରତାଳ

ନୀଳଗିରି,୨୦/୧୧: ଗତମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା କର୍ମଚାରୀଙ୍କ ଚାକିରି ନିୟମିତ କରିବା ସହ ଠିକା ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ। ହେଲେ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୈଣସି ବିଜ୍ଞପ୍ତି କଲେ ନାହିଁ। ସେପଟେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମାନ କାମକୁ ସମାନ ଦରମାକୁ ମଧ୍ୟ ପାଳନ କଲେ ନାହିଁ। ମହଙ୍ଗା ବଜାର ଦର ସହ ଦୈନନ୍ଦିନ ଆବଶ୍ୟକତା ଅନୁସାରେ ମାତ୍ର ୮ ରୁ ୧୦ ହଜାର ଟଙ୍କା ଦରମାରେ ଚଳିବା କଷ୍ଟକର। ତେଣୁ  ଏ ନେଇ ସଂଘ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛି।

 ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରୀରୁ ବହିଷ୍କାର ନ କରିବା ବିଭିନ୍ନ ଦାବି ନେଇ ନିଳଗିରି ବ୍ଲକର ସରକାରୀ ଆଉଟସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଆନ୍ଦୋଳନରେ ବହୁମାତ୍ରାରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି  ସଭାରେ ଆଉଟସୋର୍ସିଂ ସଂଘ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ବେହେରା ନିଳଗିରି ବ୍ଲକରେ ଶତାଧିକ କର୍ମଚାରୀଙ୍କୁ ଭୁବନେଶ୍ୱର ଯିବା ପାଇଁ ନିବେଦନ କରିଥିଲେ ।

ଉପସଭାପତି ଦେବାଶିଷ ଜେନା,ସୋସିଆଲ ମିଡ଼ିଆ ସଂଯୋଜକ ସାନୁ କୁମାର ଶାସମଲ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଉପରେ ଆଲୋକପାତ କରିବା ସହ କର୍ମଚାରୀମାନଙ୍କୁ ଏକଜୁଟ କରି ଭୁବନେଶ୍ୱର ଆନ୍ଦୋଳନକୁ ସଫଳ କରାଇବା ଦିଗରେ କହିଛନ୍ତି । ଉକ୍ତ ସଭାରେ ନିଳଗିରି ବ୍ଲକର ବିଭିନ୍ନ ବିଭାଗର ସରକାରୀ ଆଉଟସୋର୍ସିଂ କର୍ମଚାରୀ  ଅଭିଷେକ ମହାପାତ୍ର, ସୁମିତ୍ରା ବଳ,ଲକ୍ଷ୍ମୀଧର ଦାସ,ପ୍ରତାପ ମହାନ୍ତି, ଦିନେଶ ମହାପାତ୍ର, ପ୍ରଭାସ ବେହେରାଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଆଉଟସୋର୍ସିଂ ସଂଘର ଜିଲ୍ଲା ସଭାପତି ମନୋଜ କୁମାର ରାଉତ୍ ସମସ୍ତ କର୍ମଚାରୀଙ୍କୁ ବହୁମାତ୍ରାରେ ଭୁବନେଶ୍ୱର ସମାବେଶକୁ ଯିବାପାଇଁ ଆହ୍ୱାନ କରିବା ସହ ଧନ୍ୟବାଦ ଜଣାଇଥିଲେ।