PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଆଇଏଏସ୍‌ ଅଫିସର ଅରୁଣ ଗୋୟଲ ନିର୍ବାଚନ କମିଶନର ନିଯୁକ୍ତ, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ- ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ଭାବେ ମିଳୁଛି ନିଯୁକ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା ଉପରେ ନିଜର ସହମତି ପ୍ରକାଶ କରିଛନ୍ତି। ଭାରତ ସରକାର ଏକ ବୟାନରେ କହିଛନ୍ତି କି ରାଷ୍ଟ୍ରପତି ଆଇଏଏସ୍‌ (ସେବାନିବୃତ୍ତ) ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନରେ ନର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି । ଜାରି ଆଦେଶରେ କୁହାଯାଇଛି କି ତାଙ୍କୁ ତତ୍କାଳ ପ୍ରଭାବରେ ପଦ ଗ୍ରହଣ କରିବାକୁ ହେବ। ଅରୁଣ ଗୋୟଲ ୧୯୮୫ ବ୍ୟାଚ୍‌ର ପଞ୍ଜାବ କ୍ୟାଡରର ଆଇଏଏସ୍‌ ଅଧିକାରୀ।

New Election Commissioner : Retired Bureaucrat Arun Goel Appointed Election  Commissioner

ଅରୁଣ ଗୋୟଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପୋଲ୍‌ ପ୍ୟାନେଲରେ ସାମିଲ ହେବେ। କହି ରଖୁଛି କି, ରାଜୀବ କୁମାର ଦେଶର ମୁଖ୍ୟ ନିର୍ବାଚନ କମିଶନର ଅଛନ୍ତି। ସେ ଚଳିତ ବର୍ଷ ମଇରେ ମୁଖ୍ୟ ନିର୍ବାଚନ କମିଶନ ପଦରୁ ସେବାନିବୃତ୍ତ ହୋଇଥିବା ସୁଶୀଲ ଚନ୍ଦ୍ରଙ୍କ ସ୍ଥାନ ନେଇଥିଲେ।

ସରକାର ଗୋୟଲଙ୍କ ଦ୍ୱାରା ଲଘୁ ଉଦ୍ୟୋଗ ସଚିବ ଭାବେ ନିଜ ଭୂମିକାରୁ ସ୍ୱେଚ୍ଛାକୃତ ଭାବେ ସେବାନିବୃତ୍ତ ନେବାର ଏକ ଦିନ ପରେ ଏହି ଘୋଷଣା କରିଛନ୍ତି । ଆଇଏଏସ୍‌ ଅଧିକାରୀ ଅଫିସିଆଲି ଭାବେ ସେବାନିବୃତ୍ତ ହେବାର ଏକ ମାସ ପୂର୍ବରୁ ହିଁ ସ୍ୱେଚ୍ଛାକୃତ ଭାବେ ସେବାନିବୃତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର