ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଭାରତ ଗଣତାନ୍ତ୍ରିକ ମୂଲ୍ୟର ପ୍ରତିବିମ୍ବ,ବାବା ସାହେବ ଦେଇଛନ୍ତି ମଜବୁତ ସମ୍ବିଧାନ: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

Published By : Anindita | January 25, 2025 7:36 PM

ନୂଆଦିଲ୍ଲୀ,୨୫।୧: ୭୬ ତମ ଗଣତନ୍ତ୍ର ଦିବସର ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ କହିଛନ୍ତି ଗଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ ଖୁସି ଓ ଉଲ୍ଲାସର ଦିନ।  ଆଜିଠାରୁ ୭୫ ବର୍ଷ ପୂର୍ବେ ଭାରତର ସମ୍ବିଧାନ ଲାଗୁ କରାଯାଇଥିଲା। ପ୍ରାୟ ୩ ବର୍ଷର ବିଚାର-ବିମର୍ଷ ପରେ ୨୯ ନଭେମ୍ବର ୧୯୪୯ ରେ ସମ୍ବିଧାନକୁ ଅଙ୍ଗୀକୃତ କରାଯାଇଥିଲା। ସମ୍ବିଧାନ ଆମ ସାମୁହିକ ଅସ୍ମିତାର ଚିହ୍ନ। ଏହା ଆମ ଦେଶକୁ ଏକତ୍ରିତ କରିଛି।ଏହି ଉପଲକ୍ଷେ ୨୬ ନଭେମ୍ବର ୨୦୧୫ ରୁ ସମ୍ବିଧାନ ଦିବସ ଭାବରେ ପାଳନ କରଯାଏ।

ବିଶ୍ବର ପ୍ରାଚୀନତମ ସଭ୍ୟତାରେ  ଭିତରେ ଭାରତ ଅନ୍ୟତମ।  ତେବେ ପରାଧିନ ସମୟରେ ଏକ ଅନ୍ଧକାରମୟ ବାଟ ଦେଇ ଯିବାକୁ ପଡିଥିଲା। ଔପନିବେଶକ ଶାସନରେ ଅମାନବୀୟ ଶୋଷଣ କାରଣରୁ ଦେଶରେ ଘୋର ଦାରିଦ୍ର୍ୟତା ବଢିଥିଲା। ଆଜିର ଦିନରେ ସବୁଠାରୁ ପ୍ରଥମେ ଆମେ ସେହି ବୀରଙ୍କୁ ମନେପକାଇବା ଯେଉଁମାନେ ମାତୃଭୂମିକୁ ବିଦେଶୀ ଶାସନର ଶିକୁଳିରୁ ମୁକ୍ତ କରିବାକୁ ବଡ଼ରୁ ବଡ଼ ବଳିଦାନ ଦେଇଥିଲେ। ତାଙ୍କ ଭିତରେ କିଛି ସ୍ବାଧିନତା ସଂଗ୍ରାମୀଙ୍କୁ ଲୋକ ଜାଣନ୍ତି। କିନ୍ତୁ ବହୁତ ସଂଗ୍ରାମୀ ଅଛନ୍ତି ଯାହାଙ୍କ ବିଷୟରେ ଲୋକ ଜାଣି ନାହାନ୍ତି। ଚଳିତ ବର୍ଷ ଆମେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ। ସେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଅଛନ୍ତି, ଯାହାଙ୍କ ଭୂମିକାକୁ ବର୍ତ୍ତମାନ ଜାତୀୟ ଇତିହାସ ପ୍ରସଙ୍ଗରେ ଗୁରୁତ୍ୱ ଦିଆଯାଉଛି।। 

ନ୍ୟାୟ ସ୍ବତନ୍ତ୍ରତା ସମାନତା ଓ ବନ୍ଧୁତା କେବଳ କେବଳ ସୈଦ୍ଧାନ୍ତିକ ସଂକଳ୍ପ ନୁହେଁ। ଏହାକୁ ଆଧୁନିକ ଯୁଗରେ ପାଇଛୁ ତାହା ନୁହେଁ ଆମର ସଭ୍ୟତା ଓ ସଂସ୍କୃତି ଖୁବ୍ ପ୍ରାଚୀନ। ଭାରତ ଗଣତାନ୍ତ୍ରିକ ମୂଲ୍ୟର ପ୍ରତିବିମ୍ବ ଆମ ସମ୍ବିଧାନ ସଭାର ସଂରଚନାରେ ଦେଖାଯାଏ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା ସମ୍ବିଧାନ ସଭାରେ ସରୋଜିନୀ ନାଇଡୁ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଳିନୀ, ହଂସାବେନ୍ ମେହେତା ଓ ମାଳତୀ ଚୌଧୁରୀଙ୍କ ଭଳି ୧୫ ଅସାଧାରଣ ମହିଳା ମଧ୍ୟ ସାମିଲ ଥିଲେ। ଗତ ୭୫ ବର୍ଷରେ ସମ୍ବିଧାନ ଆମ ପ୍ରଗତିର ମାର୍ଗ ପ୍ରଶସ୍ତ କରିଛି। ଆଜିର ଦିନ ଆମ ସମ୍ବିଧାନର ପ୍ରତିଷ୍ଠାତା ଡକ୍ଟର ଭୀମରାଓ ଆମ୍ବେଦକର, ସଭାର ଅନ୍ୟ ପ୍ରତିଷ୍ଠିତ ସଦସ୍ୟ ଏବଂ ବିଭିନ୍ନ ଅଧିକାରୀଙ୍କୁ ନିଜର କୃତଜ୍ଞତା ବ୍ୟକ୍ତ କରୁଛୁ। ତାଙ୍କର କଠୋର ପରିଶ୍ରମ ଫଳସ୍ବରୂପ ଆମକୁ ସମ୍ବିଧାନ ଭଳି ଏକ ଗ୍ରନ୍ଥ ମିଳିଛି। 

ରାଷ୍ଟ୍ରପତି କହିଛନ୍ତି,  ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକାଶଛୁଆଁ ହେଉଛି`"ନିକଟ ଅତୀତରେ  ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ ଅଧିକ ରହିଆସିଛି, ଯାହା ଆମ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି, କୃଷକ ଏବଂ ଶ୍ରମିକଙ୍କ ହାତରେ ଅଧିକ ଟଙ୍କା ଦେଇଛି ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟରୁ ହଟାଇ ଦେଇଛି।  ସାହାସୀ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଅର୍ଥନୈତିକ ସଂସ୍କାରର ଶକ୍ତି ଉପରେ ଆଗାମୀ ବର୍ଷରେ ପ୍ରଗତିର ଏହି ଗତି ବଜାୟ ରଖିବୁ।  ଏହି ସମୟରେ ଡିଜିଟାଲ ପେମେଣ୍ଟର ଆଲୋଚନା କରିଛନ୍ତି। କହିଛନ୍ତି, ଏହାଦ୍ବାରା ବହୁ ସଂଖ୍ୟାରେ ଲୋକେ ଫର୍ମାଲ ସିଷ୍ଟମରେ ଯୋଡି ହୋଇଛନ୍ତି।   କୃଷକଙ୍କ ପରିଶ୍ରମକୁ ମଧ୍ୟ ରାଷ୍ଟ୍ରପତି ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କୃଷକ ଭାଇ-ଭଉଣୀଙ୍କ କଠିନ ପରିଶ୍ରମରେ ଦେଶରେ ଖାଦ୍ୟ ଉତ୍ପାଦନ ବଢିଛି। ଆମ ଦେଶ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି। ମହାକୁମ୍ଭକୁ ନେଇ ସେ କହିଛନ୍ତି, ଆମର ସାଂସୃତିକ ଐତିହ ସହ ଆମର ସମ୍ପର୍କ ଆହୁରି ଗଭୀର ହୋଇଛି । ବର୍ତ୍ତମାନ ଆୟୋଜିତ ପ୍ରୟାଗରାଜ ମହାକୁମ୍ଭ ସେହି ସମୃଦ୍ଧ ଐତିହର ପ୍ରଭାବୀ ଅଭିବ୍ୟକ୍ତି ଭାବରେ ଦେଖାଯାଇପାରେ। ଆମର ପରମ୍ପରା ଏବଂ ରୀତି-ନୀତିକୁ ସଂରକ୍ଷିତ କରିବା ଓ ସେଥିରେ ନୂତନ ଶକ୍ତିର ସଞ୍ଚାର କରିବା ପାଇଁ ସାଂସ୍କୃତିକ କ୍ଷେତ୍ରରେ ଅନେକ ଉତ୍ସାହ-ଜନକ ଚେଷ୍ଟା କରାଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.