ନୂଆଦିଲ୍ଲୀ: ଆର୍ମି ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିର ସର୍ଜରି ସଫଳ ହୋଇଛି। ତାଙ୍କର ଡାହାଣ ଆଖିରେ ମୋତିଆବନ୍ଦୁ ହୋଇଥିଲା। ଏହି ଅପରେସନ ବ୍ରିଗେଡିୟର ଏସକେ ମିଶ୍ରା ଓ ତାଙ୍କ ଟିମ୍ କରିଛନ୍ତି। ଏବେ ରାଷ୍ଟ୍ରପତିଙ୍କୁ ହସ୍ପିଟାଲରୁ ଡିସଚାର୍ଚ୍ଚ କରାଯାଇଛି। ତାଙ୍କୁ କିଛି ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ମୋତିଆବିନ୍ଦୁ ହେବା ଫଳରେ ଆଖିରେ ଦୁଧିଆ ପ୍ରଭାବ ଯୋଗୁ ଦୃଷ୍ଟି ଶକ୍ତି କମିଯାଇଥାଏ। ମୋତିଆବିନ୍ଦୁରେ ପୀଡିତ ଲୋକଙ୍କ ଆଖିରେ ଏକ ଅସ୍ପଷ୍ଟ ଆବରଣ ସୃଷ୍ଟି ହୋଇଥାଏ । ଯେଉଁଥିପାଇଁ ସେମାନଙ୍କୁ ରାତିରେ ଦେଖିବା କଷ୍ଟକର ହେବା ସହିତ ଉଜ୍ଜ୍ୱଳ ଆଲୋକରେ ମଧ୍ୟ ସମସ୍ୟା ଦେଖାଯାଏ।