PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

୨୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର,୧୫/୮ : ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ପୁଲିସ ପଦକ ଘୋଷଣା କରାଯାଇଛି । ଅଗ୍ନିଶମ ଓ ଜେଲ ବିଭାଗରୁ ୩ଜଣ ଲେଖାଏଁ ଓ ଜଣେ ହୋମଗାର୍ଡ ରାଷ୍ଟ୍ରପତି ମେଡାଲ ପାଇବେ । ଓଡ଼ିଶା ପୁଲିସରୁ ୧୫ ଜଣ ଅଧିକାରୀ ଓ କର୍ମଚାରୀ ଏଥିପାଇଁ ମନୋନୀତ ହୋଇଛନ୍ତି । ସାହସିକତା ପାଇଁ ୨ଜଣ ପୁଲିସ ଅଧିକାରୀଙ୍କୁ ଚୟନ କରାଯାଇଛି । ଟୁଇନ୍‌ ସିଟି ପୁଲିସ କମିଶନର (ସିପି) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ୨ ଅଧିକାରୀ ଚଳିତ ବର୍ଷ ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବେ ।

ସେହିପରି ୧୧ ଜଣ ପୁଲିସ କର୍ମଚାରୀ ପ୍ରଶଂସନୀୟ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାହସିକତା ପଦକ ପାଇଁ ଓଡ଼ିଶାରୁ ମନୋନୀତ ହୋଇଥିବା ୨ ପୁଲିସ ଅଧିକାରୀ ହେଲେ କୁମାର କର୍ମୀ ଏବଂ ପୀତବାସ ପାଣ୍ଡେ । ଉଭୟେ ସଶସ୍ତ୍ର ବାହିନୀର କମାଣ୍ଡୋ । ସେହିପରି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସ୍‌ପି ସରୋଜ କୁମାର ମହାପାତ୍ର (ସିକ୍ୟୁରିଟି ୱିଙ୍ଗ) ଉତ୍କୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବେ ।

ପ୍ରଶଂସନୀୟ ସେବା ନିମନ୍ତେ ୧୧ଜଣ ପୁଲିସ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅତିରିକ୍ତ ଏସ୍‌ପି ପ୍ରକାଶ କୁମାର ନାଏକ ( ଭିଜିଲାନ୍ସ କଟକ), ଡିଏସପି ସଚ୍ଚିଦାନନ୍ଦ ରଥ (ଏସ୍‌ଟିଏଫ୍‌), ଡିଏସ୍‌ପି ଗୁରୁପ୍ରସାଦ ଶିବଶଙ୍କର ନନ୍ଦ (ବିପିଏସପିଏ), ଡିଏସ୍‌ପି ବନିତା ମାଝୀ ( ରାଉରକେଲା), ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଏନ୍‌. ତ୍ରିନାଥ ଦୋରା (କ୍ରାଇମବ୍ରାଞ୍ଚ କଟକ), ଏସ୍‌ଆଇ ମହମ୍ମଦ ଜାହାଙ୍ଗିର (ସ୍ପେଶାଲ ସ୍କ୍ୱାଡ, ସମ୍ବଲପୁର), ହାବିଲଦାର ବିଷ୍ଣୁ କୁମାର ବୁରା (ଓଏସଏପି ଦ୍ୱିତୀୟ ବାଟାଲିୟନ), ହାବିଲଦାର ହୃଷିକେଶ ବାରିକ (ଡ୍ରାଇଭର, ଅନୁଗୁଳ), ଏସ୍‌ଓଜି ବସନ୍ତ କୁମାର ଡାକୁଆ (କୋରାପୁଟ), କନଷ୍ଟେବଲ ଅଞ୍ଜନ କୁମାର ମହାନ୍ତି (ସୁନ୍ଦରଗଡ଼), ସିପାହୀ ପ୍ରଶାନ୍ତ ପରିଡ଼ା (ତୃତୀୟ ବାଟାଲିୟନ, କୋରାପୁଟ) ।

ଏଥିସହ ଅଗ୍ନିଶମ ବିଭାଗରୁ ୩ଜଣ ଅଧିକାରୀଙ୍କ ନାମ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଉକୃଷ୍ଟ ସେବା ପାଇଁ ପ୍ରଶାନ୍ତ କୁମାର ଦାଶ (ଅଗ୍ନିଶମ ଅଧିକାରୀ)ଙ୍କ ସହ ପ୍ରଶଂସନୀୟ ସେବା ପାଇଁ ବିଜୟ ଚନ୍ଦ୍ର ପାତ୍ର (ଲିଡିଂ ଫାୟାରମ୍ୟାନ) ଓ ସର୍ବେଶ୍ୱର ମିଶ୍ର (ହାବିଲଦାର, ଡ୍ରାଇଭର)ଙ୍କୁ ରାଷ୍ଟ୍ରପତି ମେଡାଲ ଦିଆଯିବ । ସେହିପରି ଜେଲ୍‌ ବିଭାଗରୁ ଉକୃଷ୍ଟ ସେବା ପାଇଁ ଜେଲର ବିଭେନ୍ଦୁ ଭୂୟାଁଙ୍କ ସହ ପ୍ରଶଂସନୀୟ ସେବା ପାଇଁ ଜେଲର୍‌ ବୁଲୁ ମାତିଆ, ଆସିଷ୍ଟାଣ୍ଟ ଜେଲର ସୁପକ କୁମାର ନାୟକ ମଧ୍ୟ ରାଷ୍ଟ୍ରପତି ପଦକ ପାଇବେ । ଉକୃଷ୍ଟ ସେବା ପାଇଁ ହୋମଗାର୍ଡ ରୋହିତ ସାହୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ପାଇବେ ।