ନୂଆଦିଲ୍ଲୀ,୩୦/୦୧: ଜାତିର ଜନକ, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧନତା ଦେଇଥିବା ମହାନ୍ ଆତ୍ମା ମହାତ୍ମା ଗାନ୍ଧୀଙ୍କ ୭୮ତମ ତିରୋଧାନ ଦିବସ । ୧୯୪୮ ମସିହା ଆଜିର ଦିନରେ ବାପୁଙ୍କୁ ଗୁଳି ମାରିଥିଲେ ନାଥୁରମ ଗଡସେ । ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ତାଙ୍କୁ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି । ସେହିପରି ତିସ୍‌ ଜାନୁଆରୀ ମାର୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ।​​​​​​​

 ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଜଘାଟରେ ବୈଷ୍ଣବ ଜନୋ କୋ...ସହ ରଘୁପତି ରାଘବ ରାଜା ରାମ..ପତିତପାବନ ସୀତା ଗୀତ ପରିବେଶଷ ହୋଇଥିଲା ।

Delhi | Leader of Opposition, Lok Sabha, Rahul Gandhi paid floral tributes at Tees January Marg on Mahatma Gandhi's death anniversary today

Photo source: AICC pic.twitter.com/TjtDaLkbUO

ଏହା ବି ପଢନ୍ତୁ...ଯେଉଁ ବିର୍ଲା ହାଉସ୍‌ରେ ମହାତ୍ମା ଗାନ୍ଧୀଙ୍କର ହୋଇଥିଲା ହତ୍ୟା; ଜୀବନର ଶେଷ ୧୪୪ ଦିନ ବିତାଇଥିଲେ ବାପୁ, କ'ଣ ତାର କାହାଣୀ ?

୧୯୪୭-୪୮: ମହାତ୍ମା ଗାନ୍ଧୀଙ୍କ ଭୂମିକା- ​​​​​​​ ସ୍ୱାଧୀନତା ସହ ବିଭାଜନ ଦୁଃଖ ଆଣିଥିଲା । ପଞ୍ଜାବ, ବଙ୍ଗଳା, ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ହିଂସା ବ୍ୟାପିଗଲା । ଲକ୍ଷ ଲକ୍ଷ ଲୋକ ବାସହରା ହେଲେ । ମହାତ୍ମା ଗାନ୍ଧୀ ସେହି ସମୟରେ କ୍ଷମତାର ଆନୁଷ୍ଠାନିକ କେନ୍ଦ୍ରଠାରୁ ଦୂରରେ ଥିଲେ ମଧ୍ୟ, ସମାଜର ଅନ୍ତରଆତ୍ମା ଭାବରେ କାର୍ଯ୍ୟ କରିଥିଲେ। ସେ ଅନେକ ସ୍ଥାନକୁ ଯାତ୍ରା କରିଥିଲେ, ଶାନ୍ତି ପ୍ରାର୍ଥନା କରିଥିଲେ, ଉପବାସ କରିଥିଲେ । ହିଂସା ବନ୍ଦ କରିବାକୁ ଉଭୟ ସମ୍ପ୍ରଦାୟକୁ ନିବେଦନ କରିଥିଲେ । ଦିଲ୍ଲୀରେ, ସେ ବିଶେଷ ଭାବରେ ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଚିହ୍ନିବା, ପ୍ରତିଶୋଧର ଭାବନାକୁ ଏଡାଇବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କିଛି ମୌଳବାଦୀ ଚିନ୍ତାଧାରାବାଦୀଙ୍କ ଦ୍ୱାରା ଏହି ନୈତିକ ଦୃଷ୍ଟିକୋଣକୁ ଅସହ୍ୟ ବୋଲି ବିବେଚନା କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ଘୃଣା, ଗୁଜବ ଏବଂ ଅଭିଯୋଗର ଏକ ପରିବେଶ ସୃଷ୍ଟି ହୋଇଥିଲା । ଯାହାର ପରିଣାମ ଜାନୁଆରୀ ୩୦, ୧୯୪୮ରେ ହୋଇଥିଲା ।​​​​​​​