ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ’

OLYMPUS DIGITAL CAMERA
ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ ୧୮ ହଜାର କେନ୍ଦୁପତ୍ର କର୍ମଚାରୀଙ୍କ ମଧ୍ୟରୁ ୧୧୦୨ ହେଡ୍ ଚେକର୍, ସର୍କଲ୍ ଚେକର ଓ ବାଇଣ୍ଡିଂ ଚେକରଙ୍କୁ ୱାର୍କର୍ଚାର୍ଯ କର୍ମଚାରୀ ମାନ୍ୟତା ଦିଅ । ଅବସର ବୟସ ୬୨ ବର୍ଷର୍ ହେବା ସହ ଏଥିରେ କାମ କରୁଥିବା ମୁନ୍ସୀ, ଚପରାସୀ ଓ ଚେକରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ସଂଘ ଦାବି କରିଛି । ଏନେଇ ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି । ସରକାର ତୁରନ୍ତ ଦାବି ପୂରଣ ନକଲେ, ଆସନ୍ତା ଫେବ୍ରୁଆରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସଂଘର ହଜାର ହଜାର କର୍ମର୍ଚାରୀ ରାଜଧାନୀ ଆସିବେ ବୋଲି ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ପ୍ରଭାତ ମହାନ୍ତି କହିଛନ୍ତି ।
ରାଜ୍ୟ କର୍ମଚାରୀ ମହାସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ୨୦୧୪ ମସିହାରେ ସରକାର ନିର୍ବାଚନ ଇସ୍ତାହାରରେ କେନ୍ଦୁପତ୍ର କର୍ମଚାରୀଙ୍କୁ ନ୍ୟାୟ ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଆଜି ପର୍ଯର୍୍ୟନ୍ତ ଏମାନଙ୍କ ସମସ୍ୟାର ସମାଧାନ ହୋଇନି । ସେଥିପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବ ବୋଲି ଶ୍ରୀ ମହାନ୍ତି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଚିତ୍ରସେନ ବଗର୍ତ୍ତୀ, ସମ୍ପାଦକ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।