PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ପ୍ରେସ୍ ଲେଖାଥିବା ଗାଡିରେ ମଦ ଚାଲାଣ: କାର୍ ଛାଡି ଅଭିଯୁକ୍ତ ଫେରାର, ୧୫୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ,୨୪/୧: ଗାଡ଼ିରେ ପ୍ରେସ୍ ଲେଖି ଚାଲିଥିଲା ମଦ ବେପାର ।ଢ଼େଙ୍କାନାଳ ଟାଉନ ଥାନା ପୁଲିସ ଆଜି ଏହିପରି ଏକ ଗାଡିକୁ ଜବତ କରିଛି । ଗାଡିରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗାଡ଼ ଛାଡ଼ି ଚମ୍ପଟ୍ ମାରିଛି ଡ୍ରାଇଭର। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନା ଅନୁସାରେ, ପ୍ରେସ୍ ଲେଖା ଥିବା ଗାଡିରେ( ଓଆର୍ ୦୨ ଏବି୨୨୫୫) ମଦ ଚାଲାଣ ହେଉଥିବା ପୋଲିସକୁ ବିଶେଷ ଖବର ମିଳିଥିଲା। ପରେ ଗାଡିଟିକୁ ପୁଲିସ ପିଛା କରିଥିଲା । ହେଲେ ଅଭିଯୁକ୍ତ ଗାଡି କନ୍ଦିରେ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ । ଶେଷରେ ସଦର ଥାନା ଶିମିଳିଆ ନିକଟରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଗାଡି ଓ ମଦ ଜବତ କରାଯାଇଥିବା ସୂଚନା ମିଳିଛି।