PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସାନଖେମୁଣ୍ଡି ଶାଖା ପକ୍ଷରୁ ଆନ୍ଦୋଳନ, ତିନି ଦଫା ଦାବି ନେଇ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ

ସାନଖେମୁଣ୍ଡି ୧୯/୧୧: ତିନି ଦଫା ଦାବିରେ ପ୍ରାଥମିକ ଶିକ୍ଷକ ମହାସଂଘ ସାନଖେମୁଣ୍ଡି ଶାଖା ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ସାନଖେମୁଣ୍ଡି ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରିଛି ସଂଘ।

ସୂଚନା ମୁତାବକ, ଆଜି ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ଅଲେଖ ମନ୍ଦିର ନିକଟରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକ ରାଲିରେ ବାହାରି ଥିଲା। ନୂତନ ପେନସନ ଭୁକ୍ତ ମିଳିତ ଶିକ୍ଷକ ମହାସଂଘ ସାନଖେମୁଣ୍ଡି ବ୍ଲକ୍ ଶାଖା ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ଠିକା ନିଯୁକ୍ତି ଉଚ୍ଛେଦ। ଠିକା କାର୍ଯ୍ୟକାଳକୁ ୬ଟି ଇଂକ୍ରିମେଣ୍ଟ ଦେଇ ସର୍ଭିସ୍ ଗଣନା କରିବା। କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସମେତ ବିଭିନ୍ନ ଦାବୀ ନେଇ ଶୋଭାଯାତ୍ରା ଓ ଚୁଡଙ୍ଗପୁର ସ୍ଥିତ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ।