ଫିରିଙ୍ଗିଆ,୨୫/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୁ ପଞ୍ଚାୟତ ସମୁକୁସା ଗ୍ରାମର ଜିମାଦେଇ କହଁର ଏକ ଭଙ୍ଗା ଦଦରା ଘରେ ଦୟନୀୟ ଭାବେ ଦିନ କାଟୁଛନ୍ତି । ପରିବାର କହିଲେ ୭ ଜଣ ଲୋକ। କୁଲି ମଜୁରି ଯାଇ ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି । ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ଜୀବନ । ଫେଲ୍ ମାରିଛି ସରକାରଙ୍କ ତରଫରୁ ଘର ଖଣ୍ଡିଏ । ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି ।

ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରି ଯାପନ କରୁଛନ୍ତି । ଘରର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଜିମାଦେଇ କହଁର। ବର୍ଷାରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁଛି । ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ମାଟି ଘରେ ହିଁ ବିତୁଛି ଜୀବନ । ତେଣୁ ପ୍ରଶାସନ ଏଥିପ୍ରତି ସଠିକ୍ ଦୃଷ୍ଟି ଆକର୍ଷଣ କରିବା ସହ ଜିମାଦେଇ କହଁରଙ୍କୁ ଆବାସଗୃହ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅଭିଯୋଗକାରୀ ସୁନ୍ଦେରୀ କହଁର, ସାମାଜ ସେବୀ ବିବେକାନନ୍ଦ ପ୍ରଧାନ, ନିଭିଦତିଅ କହଁର, ସୁଗ୍ରୀବ କହଁର, ରିମି କହଁର, ଗଣେଶ୍ଵର କହଁର, ସୁମିତ୍ରା କହଁର, କୈଳାଶ କହଁର ଅନ୍ୟପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛି ।