ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଡାକ୍ତରଖାନାରୁ ମହିଳା କଏଦୀ ଫେରାର

Published By : Suraj Kumar | January 22, 2025 8:51 PM

କଟକ,୨୨।୧ :  ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଜେଲରୁ ଆସିଥିଲେ ମହିଳା କଏଦୀ। ସୁଯୋଗ ଦେଖି ଜେଲ୍ ଗାର୍ଡକୁ ଚକମା ଦେଇ ମହିଳା କଏଦୀ ଫେରାର ହୋଇଯାଇଛନ୍ତି।  ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମହିଳା କଏଦୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଛି। 

ଚୌଦ୍ଵାର ଜେଲରେ ବିଚାରଧିନ ଥିବା ମହିଳା କଏଦୀ ଗୀତାଞ୍ଜଳି ବାରିକଙ୍କୁ ଚେକ୍ ଅପ୍ କରିବା ପାଇଁ ଏସସିବି ମେଡିକାଲ ପ୍ରସୂତି ବିଭାଗକୁ ଆଣିଥିଲେ ଜେଲ କର୍ମଚାରୀ। ମହିଳା କଏଦୀ ଗୀତାଞ୍ଜଳିଙ୍କ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପରାମର୍ଶ ଦେବା ପରେ ଗାର୍ଡ ରଞ୍ଜନ ରଶ୍ମୀ ବିଭାଗକୁ ନେଇଥିଲେ। ହେଲେ ସେଠାରେ ଥିବା ଜେଲ ଗାର୍ଡଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲେ। ତେବେ ଫେରାର ହେବା ନେଇ ଜେଲ କର୍ତ୍ତୃପକ୍ଷ ତଥା ଗୀତାଞ୍ଜଳିଙ୍କ ସହ ଥିବା ଗାର୍ଡ ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଫେରାର କଏଦୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଗୀତାଞ୍ଜଳିଙ୍କୁ ଏକ ଚୋରି ମାମଲାରେ କଟକ ଜିଲ୍ଲା ମାହାଙ୍ଗା ଥାନା ପୋଲିସ ଗିରଫ କରିଥିବା ବେଳେ ସେ ଚୌଦ୍ଵାର ଜେଲ ରେ ବିଚାରାଧୀନ କଏଦୀ ଭାବରେ ରହୁଥିଲେ।

 ତେବେ ପୂର୍ବରୁ କଟକ ଏସସିବି ମେଡିକାଲରୁ ବହୁ ପୁରୁଷ କଏଦୀ ଏଭଳି କି ହାଇଦର ଭଳି ଅପରାଧୀ ଜେଲ ଗାର୍ଡ ଙ୍କୁ ଚକମା ଦେଇ ଖସି ଯାଇଥିବା ବେଳେ ମହିଳା କଏଦୀ ଖସିଯିବା ପ୍ରଥମ ଘଟଣା ବୋଲି ଜଣା ପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.