PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଖି ମରା ପରେ ଚୁମ୍ବନ ପ୍ରଦାନ ଭିଡିଓ ହେଲା ଭାଇରାଲ, ଭାଲେଟାଇନ୍ସରେ ପୁଣି ଧୁମ୍ ମଚାଇଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ଗତ ବର୍ଷ ଭାଲେଟାଇନ୍ସ ଡେ’ ରେ ମାତ୍ର ୨୬ସେକେଣ୍ଡର ଭିଡିଓ ପାଇଁ ସାରା ଦେଶରେ ରାତା ରାତି ଷ୍ଟାର ପାଲଟି ଯାଇଥିଲେ ମଲୟାଲମ ଅଭିନେତ୍ରୀ ପ୍ରିୟ ପ୍ରକାଶ । ତାଙ୍କର ଆଖି ମରା ଭିଡିଓ ସମସ୍ତଙ୍କୁ ପାଗଳ କରିଥିବା ବେଳେ ତାଙ୍କୁ ‘ନ୍ୟାସ୍‌ନାଲ କ୍ରସ୍‌’ର ନାଁ ଦିଆ ଯାଇଥିଲା । ଚଳିତ ବର୍ଷ ତାଙ୍କର ଆଉ ଏକ ରୋମାଣ୍ଟିକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରିୟାଙ୍କ ନୂଆ ଭିଡିଓ ଏଥର ଭାଲେଣ୍ଟାଇନ୍ସ ଗିଫ୍ଟ ଦେବ ବୋଲି ଦର୍ଶକ ଆଶା କରୁଛନ୍ତି। ସୂଚନା ମୁତାବକ, ନୂଆ ଭିଡିଓରେ ପ୍ରିୟା ନିଜ ସହ କଳାକାର ରୋଶନଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ୧୧ସେକେଣ୍ଡର ଭିଡିଓରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖା ଯାଇଛି । ଆସନ୍ତା ଫେବ୍ରୁଆରି ୧୪ରେ ଫିଲ୍ମ ‘ଓରୁ ଅଦାର ଲଭ୍‌’ ରିଲିଜ୍‌ ହେବାକୁ ଥିବା ବେଳେ ଭାଇରାଲ ଭିଡିଓ ପୁଣି ଥରେ ଫିଲ୍ମକୁ ଟପ୍ ଲେବଲରେ ପହଂଚାଇବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର