ନୂଆଦିଲ୍ଲୀ ୧୩/୦୧: କାଲିଫର୍ଣ୍ଣିଆର ବେଭରଲି ହିଲ୍ସର ବେଭରଲି ହିଲଟନ୍‌ରେ ଶେଷ ହୋଇଛି ୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡସ୍ । ଫିଲ୍ମ ଓ ଟେଲିଭିଜନ୍ ଦୁନିଆର ସର୍ବୋତ୍କୃଷ୍ଟ କଳା ଓ କଳାକାରଙ୍କୁ ଏହା ସମ୍ମାନ ଦେଇଛି । ଏହି ସମୟରେ ରେଡ୍ କାର୍ପେଟ୍‌ରେ ନିଜର ଜଲୱା ଦେଖାଇଛନ୍ତି ଅନେକ ଷ୍ଟାର୍ । ଚଳିତ ଗୋଲ୍ଡେନ୍ ଗ୍ଲୋବ୍ସ ରେଡ୍ କାର୍ପେଟ୍‌ର ମୁଖ୍ୟ ଆକର୍ଷଣ ଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ନିଜର ଗ୍ଲାମ୍-ଲେଡି ଲୁକ୍‌ରେ ସେ ସବୁରି ଧ୍ୟାନ ଆକର୍ଷଣ କରିଥିଲେ । ଡିଜାଇନର୍ ଜୋନାଥନ୍ ଆଣ୍ଡରସନ୍‌ଙ୍କ ବ୍ଲୁ ମେଟାଲିକ୍ ଗାଉନ୍ ପିନ୍ଧି ସ୍ୱାମୀ ନିକ୍ ଜୋନାସ୍‌ଙ୍କ ସହ ସେ ସମାରୋହରେ ଏଣ୍ଟ୍ରି କରିଥିଲେ ।

 

ପ୍ରିୟଙ୍କା ବୁଲ୍‌ଗାରି ରି ହଗଣା ପିନ୍ଧିଥିଲେ, ଯାହାର ସେ ବ୍ରାଣ୍ଡ୍ ଆମ୍ବାସଡର । ହୀରା ହାର, ମ୍ୟାଚିଂ ମୁଦି ଓ କାନଫୁଲରେ ସେ ନିଜକୁ ସଜାଇଥିଲେ । ଚଳିତ ଗୋଲ୍ଡେନ୍ ଗ୍ଲୋବ୍ସରେ ଅନ୍ୟତମ ପ୍ରେଜେଣ୍ଟର୍ ଥିଲେ ପ୍ରିୟଙ୍କା । ଜୁଲିଆ ରୋବର୍ଟସ, ମାଇଲି ସାଇରସ୍, ପାମେଲା ଆଣ୍ଡରସନ୍, ସ୍ନୁପ୍ ଡଗ୍, କ୍ୱିନ୍ ଲତିଫା, କୋଲମ୍ୟାନ୍ ଡୋମିଙ୍ଗୋ ଓ ଜୋ କ୍ରାଭିଟ୍‌ଜଙ୍କ ଭଳି ସେଲିବ୍ରିଟି ମଧ୍ୟ ପ୍ରେଜେଣ୍ଟର୍ ଭାବେ ମଞ୍ଚକୁ ଆସିଥିଲେ ।