PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ପ୍ରିୟଙ୍କାଙ୍କୁ ଅନ୍ତବସ୍ତ୍ରରେ ଦେଖିବାକୁ ଚାହୁଁଥିଲେ ବଲିଉଡ୍‌ ନିର୍ଦ୍ଦେଶକ, ଅଭିନେତ୍ରୀ କଲେ ଖୁଲାସା

beautypageants

ନୂଆଦିଲ୍ଲୀ ୨୫/୦୫: ବଲିଉଡ୍‌ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବା ପରେ ହଲିଉଡ୍‌ରେ ଅଭିନୟ ଯାତ୍ରା ଜାରି ରଖିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ନିକଟରେ ସେ ଖୁଲାସା କରିଥିଲେ ଯେ ବଲିଉଡ୍‌ରେ ତାଙ୍କୁ କୋଣଠେସା କରିବାରୁ ସେ ଇଣ୍ଡଷ୍ଟ୍ରିରୁ ବ୍ରେକ୍‌ ନେଲେ । ଏବେ ଏକ ସାକ୍ଷାତକାରରେ ବଲିଉଡ୍‌ର  ଏକ ଲଜ୍ଜାଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି । କହିଛନ୍ତି,  ବଲିଉଡ୍‌ରେ ତାଙ୍କର ପ୍ରାରମ୍ଭିକ ଦିନମାନଙ୍କରେ ଏକ ଫିଲ୍ମ ସେଟ୍‌ରେ  ଜଣେ ନିର୍ଦ୍ଦେଶକଙ୍କ ଯୋଗୁ ସେ ଅତି ଖରାପ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଏଥିଲାଗି ଦୁଇ ଦିନ ଫିଲ୍ମ ସୁଟିଂ ପରେ ତାଙ୍କୁ ବାହାର କରି ଦିଆଯାଇଥିଲା।

ଗଣମାଧ୍ୟମ ସହ ସାକ୍ଷାତକାରରେ ପ୍ରିୟଙ୍କା ବଲିଉଡ୍‌ରେ ନିଜର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି,  କ୍ୟାରିଅର୍‌ ଆରମ୍ଭରେ ତାଙ୍କୁ ଏକ ଫିଲ୍ମରେ ଅଭିନୟ ଅଫର୍‌ ମିଳିଥିଲା,  ଯେଉଁଥିରେ ସେ ଜଣେ ଛଦ୍ମବେଶୀ ମହିଳା ଚରିତ୍ର ନିର୍ବାହ କରିବାର ଥିଲା । ଘଟଣାଟି ୨୦୦୨ କିମ୍ବା ୨୦୦୩ ମସିହାର । ଫିଲ୍ମରେ ତାଙ୍କୁ  ଛଦ୍ମବେଶରେ ରହି ଜଣେ ବ୍ୟକ୍ତିଙ୍କୁ ଆକର୍ଷିତ କରିବାର ଥିଲା । କିନ୍ତୁ  ନିର୍ଦ୍ଦେଶକ ତାଙ୍କୁ ଅନ୍ତବସ୍ତ୍ରରେ ଦେଖିବାକୁ ଚାହିଁଲେ ।  ଯଦି ସେ ଏପରି ନ କରିବେ, ତେବେ ଲୋକେ  କାହିଁକି ଫିଲ୍ମ ଦେଖିବାକୁ ଆସିବେ ବୋଲି  କହିଲେ । ତେବେ ଏ କଥା ସେ ସିଧାସଳଖ  ପ୍ରିୟଙ୍କାଙ୍କୁ କହିଲେ ନାହିଁ । ତାଙ୍କ ସାମ୍ନାରେ  ଥିବା ଷ୍ଟାଇଲିଷ୍ଟ୍‌ଙ୍କୁ କହିଲେ ।

ପ୍ରିୟଙ୍କା କହିଛନ୍ତି, ଏହା ବାସ୍ତବରେ ଅମାନବୀୟ ମୁହୂର୍ତ୍ତ ଥିଲା। ତାଙ୍କ କଳା ଗୁରୁତ୍ୱପୂର୍ଣ୍ଣ  ନୁହେଁ ବୋଲି ଏହି ଘଟଣା ପରେ  ସେ ଅନୁଭବ କଲେ ।  ନିକଟରେ ମୁକ୍ତିପ୍ରାପ୍ତ  ସିରିଜ୍‌ ‘ସିଟାଡେଲ୍‌’ରେ  ପ୍ରିୟଙ୍କା ନଜର  ଆସୁଛନ୍ତି । ଏବେ  ଜନ୍‌ ସିନା ଓ  ଇଦରିସ୍‌ ଏଲ୍‌ବା  ଷ୍ଟାରର୍‌ ନୂଆ  ପ୍ରୋଜେକ୍ଟର ସୁଟିଂ  କରୁଛନ୍ତି । ଖୁବ୍‌ଶୀଘ୍ର  ସେ ବଲିଉଡ୍‌ରେ  ନଜର ଆସିବେ ।  କ୍ୟାଟ୍ରିନା କୈଫ୍‌ ଓ  ଆଲିୟା ଭଟ୍ଟଙ୍କ ସହିତ  ଫରହାନ ଅଖତରଙ୍କ  ‘ଜି ଲେ ଜରା’ରେ  ତାଙ୍କୁ ଦେଖିବେ  ସିନେପ୍ରେମୀ ।