ମୁମ୍ୱାଇ, ୨୬/୦୨:  ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ପାଇଁ କେବଳ ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ବେଶ ପରିଚିତ। ପ୍ରିୟଙ୍କା ଚୋପ୍ରାଙ୍କ 'ଦି ବ୍ଲଫ୍' ରିଲିଜ୍ ହୋଇଯାଇଛି, ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୟ ଶେଟ୍ଟିଙ୍କ ପଡକାଷ୍ଟରେ ପ୍ରକାଶ କରିଛନ୍ତି ଯେ,ମାଳତୀ ମାରୀଙ୍କ ଜନ୍ମ ପରେ ସେ ବହୁତ କଷ୍ଟକର ସମୟ ଦେଇ ଗତି କରିଥିଲେ। ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ଉପରେ ତାଙ୍କ ଝିଅର ଜନ୍ମ ଘୋଷଣା କରିବାକୁ ଚାପ ଦିଆଯାଇଥିଲା।

ପ୍ରିୟଙ୍କା ଚୋପ୍ରା ଜାନୁଆରୀ ୨୦୨୨ ରେ ଶିଶୁ କନ୍ୟାର ମାଆ ହୋଇଥିଲେ, ଯାହାର ନାମ ସେ ମାଳତୀ ମାରୀ ଚୋପ୍ରା ଜୋନାସ୍ ରଖିଥିଲେ। ପ୍ରିୟଙ୍କା ଚୋପ୍ରା ସରୋଗେସି ମାଧ୍ୟମରେ ମାଳତୀ ମାରୀଙ୍କର ମାଆ ହୋଇଥିଲେ। ପଡକାଷ୍ଟରେ ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ମାଳତୀ ମ୍ୟାରୀ ଚୋପ୍ରା ଜୋନାସଙ୍କ ପ୍ରିମାଚ୍ୟୁର ଜନ୍ମ ଯୋଗୁଁ ତାଙ୍କୁ NICUରେ ଭର୍ତ୍ତି କରାଯାଇଥିଲା। ସେହି ସମୟକୁ ମନେ ପକାଇ ଅଭିନେତ୍ରୀ କହିଛନ୍ତି, "ଆମେ ତାଙ୍କୁ NICUରେ ଦେଖିବାକୁ ଯାଇଥିଲୁ। କିନ୍ତୁ ଗୋଟିଏ ସମୟରେ କେବଳ ଗୋଟିଏ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇଥିଲା।  ପ୍ରିୟଙ୍କା ଆହୁରି କହିଛନ୍ତି ଯେ, କଷ୍ଟକର ସମୟରେ ତାଙ୍କ ପରିବାର ଏକାଠି ହୋଇଥିଲେ। କିନ୍ତୁ ପରିସ୍ଥିତି ଅଧିକ କଷ୍ଟକର ହୋଇଗଲା ଯେତେବେଳେ ତାଙ୍କ ଉପରେ ଝିଅର ଜନ୍ମ ଘୋଷଣା କରିବାକୁ ଚାପ ପଡ଼ିଥିଲା କାରଣ ଗଣମାଧ୍ୟମରେ ଖବର ଲିକ୍ ହେବା ଏବଂ କିଛି ଘଣ୍ଟା ମଧ୍ୟରେ ପ୍ରକାଶିତ ହେବାର ଆଶଙ୍କା ଥିଲା।

ଆହୁରି ପଢନ୍ତୁ-ବିବାହ ବନ୍ଧନରେ ବାନ୍ଧିହେବେ ଚର୍ଚ୍ଚିତ ଯୋଡ଼ି ବିଜୟ-ରଶ୍ମିକା,୧୦୦ ଅତିଥିଙ୍କୁ ବିବାହରେ ନିମନ୍ତ୍ରଣ


ପ୍ରିୟଙ୍କା ଚୋପ୍ରା କହିଛନ୍ତି, "ଆମେ ପ୍ରସ୍ତୁତ ନଥିଲୁ କାରଣ ଆମେ ଜାଣି ନଥିଲୁ ଯେ ତାଙ୍କ ସହିତ କ'ଣ ହେବ।" ଅଭିନେତ୍ରୀ କହିଛନ୍ତି ଯେ ନିକ୍ ଜୋନାସ୍ NICUରେ ମାଳତୀ ମାରୀଙ୍କ ପାଖରେ ତାଙ୍କ ଗିଟାର ଧରି ବସି ତାଙ୍କ ପାଇଁ ଗୀତ ଗାଉଥିଲେ, ଅଭିନେତ୍ରୀଙ୍କ ପାଖରେ ଏକ ଛୋଟ ଆଇପଡ୍ ଥିଲା ଯାହା ମାଧ୍ୟମରେ ସେ ତାଙ୍କ ଝିଅକୁ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର ଏବଂ ଓମ୍ ନମଃ ଶିବାୟ ସମେତ ସମସ୍ତ ମନ୍ତ୍ର ପାଠ କରୁଥିଲେ ବୋଲି ଅଭିନେତ୍ରୀ କହିଛନ୍ତି ।