ମୁମ୍ୱାଇ,୨୬/୦୨: ଆଜି ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ୍‌ ସିନେ ଜଗତର ଚର୍ଚ୍ଚିତ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା । ଗତ ୨୪ ତାରିଖରୁ ଉଦୟପୁରରେ ଉଭୟଙ୍କର ଭବ୍ୟ ବିବାହ ଉତ୍ସବ ଆରମ୍ଭ ହୋଇଛି । ଗତକାଲି  ଅର୍ଥାତ ବୁଧବାର ଦିନରେ ହଳଦୀ ବିଧି ଶେଷ ହୋଇଥିଲା । ରାତିରେ ଥିଲା ମେହେନ୍ଦି କାର୍ଯ୍ୟକ୍ରମ ।

ବିଜୟ-ରଶ୍ମିକାଙ୍କ ବିବାହ ପାଇଁ ଉଦୟପୁର ସ୍ଥିତ ଆଇଟିସି ହୋଟେଲର ପୂରା ମେମେଣ୍ଟୋସ୍‌କୁ ପରିବାର ଓ ଅତିଥିଙ୍କ ପାଇଁ ବୁକ୍‌ କରାଯାଇଛି । ୧୧୭ ବଖରା ବିଶିଷ୍ଟ ମେମେଣ୍ଟୋସ୍‌ରେ ରାତିକୁ ଭଡ଼ା ୨୦ ହଜାରରୁ ୭୦ ହଜାର । ଖାଦ୍ୟପେୟକୁ ମିଶାଇ ଦିନକର ଭଡ଼ା ୧ କୋଟିରୁ ୨.୫ କୋଟି ଆକଳନ ହୋଇଛି । ପରିବାର ଓ ଘନିଷ୍ଠ ବନ୍ଧୁବର୍ଗଙ୍କ ଗହଣରେ ବିବାହ ଅନୁଷ୍ଠିତ ହେଉଛି । ବିବାହ ପୂର୍ବରୁ ଦୁଇ ପରିବାର ମଧ୍ୟରେ କ୍ରିକେଟ୍‌ ଖେଳ, ପୁଲ୍‌ ପାର୍ଟି ଆଦି ଆୟୋଜିତ ହୋଇଥିଲା । 

ଆହୁରି ପଢନ୍ତୁ-ଉଦୟପୁରରେ ଚାଲିଛି ବିରୋଶଙ୍କ ବିବାହ କାର୍ଯ୍ୟକ୍ରମ, କାଲି ପଡ଼ିବ ହାତଗଣ୍ଠି​​​​​​​

ତେବେ ମାତ୍ର ୧୦୦ ଅତିଥିଙ୍କୁ ବିବାହରେ ନିମନ୍ତ୍ରଣ କରାଯାଇଥିବା ଚର୍ଚ୍ଚା ହେଉଛି । ଭୋଜିରେ ତେଲଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକର ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହେବ ଏବଂ କଦଳୀ ପତ୍ରରେ ଅତିଥିଙ୍କୁ ଖାଦ୍ୟ ପରସାଯିବ । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣାଇ ଆଶୀର୍ବାଦ ଦେଇଛନ୍ତି । ଫ୍ୟାନ୍‌ ଏହି ଯୋଡ଼ିକୁ ‘ଭିରୋଶ୍‌’ ନାମ ଦେଇଛନ୍ତି ।