ନିକଙ୍କ ସହ ମିଶି ପ୍ରଶଂସକଙ୍କ ଉପରକୁ କେକ୍ ଫୋପାଡିଲେ ପ୍ରିୟଙ୍କା ଚୋପ୍ରା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦।୩: ପ୍ରିୟଙ୍କା ଚୋପ୍ରା ଆଜିକାଲି ନିଜର ପରିବାର ସହିତ ଅଧିକାଂଶ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଜୋନ୍ସ ବ୍ରଦର୍ସ ନୂଆ ଭିଡିଓ ସଂଗ ‘ସକର’ ୟୁଟ୍ୟୁବରେ ଖୁବ୍ ଧମାଲ କରିଛି। ଏହି ସଫଳତାକୁ ନେଇ ପ୍ରିୟଙ୍କା ତାଙ୍କ ସ୍ବାମୀ ଏବଂ ଦିଅରଙ୍କ ସହିତ ଖୁବ୍ ଖୁସିରେ ଥିବା ବେଳେ ଏକାଠି ମିଶି ଏହାର ଖୁସି ମନାଇଛନ୍ତି। ଏବେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଯୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରିୟଙ୍କା ନିଜର ପ୍ରଶଂସକଙ୍କ ଉପରକୁ କେକ୍ ଫୋପାଡୁ ଥିବାର ଦେଖିବାକୁ ମିଳିଛି। ତାଙ୍କ ସହିତ ଅଛନ୍ତି ତାଙ୍କ ସ୍ବାମୀ ନିକ ଜୋନ୍ସ ଓ ଦିଅର।
ଆମେରିକାର ପ୍ରସିଦ୍ଧ ଗାୟକ ଷ୍ଟିଭ ଏଓକୋଙ୍କ କନସର୍ଟରେ ଜୋନ୍ସ ପରିବାର ଖୁବ୍ ମସ୍ତି କରୁଥିବାର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି। ପ୍ରିୟଙ୍କା ଏବଂ ନିକଙ୍କ ଏହି ଫଟୋକୁ ଷ୍ଟିଭ ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ପ୍ରିୟଙ୍କାଙ୍କ ସହିତ ନିକ୍ ଏବଂ ଜୋ ଜୋନ୍ସ ଏହି କନସର୍ଟରେ ଭାଗ ନେଇଛନ୍ତି। ଉଲ୍ଳେଖନୀୟ ଯେ ଷ୍ଟିଭ ତାଙ୍କ ଶୋ’ର ଶେଷ ଦିନରେ ନିଜ ପ୍ରଶଂସକଙ୍କ ଉପରକୁ କେକ୍ ଫୋପାଡି ତାଙ୍କର ଖୁସି ବ୍ୟକ୍ତ କରିଥାନ୍ତି। ଷ୍ଟିଭଙ୍କ ପ୍ରଶଂସକ ମଧ୍ୟ ପ୍ରିୟଙ୍କା ଏବଂ ଜୋନ୍ସ ବ୍ରଦର୍ସଙ୍କ ଏହି ଖୁସିରେ ସାମିଲ ହୋଇଥିଲେ।