ପ୍ଯାଣ୍ଟ ପାଇଁ ଟ୍ରଲ୍ ହେଲେ ପ୍ରିୟଙ୍କା, ୟୁଜର୍ସ କହିଲେ…

ନୁଆଦିଲ୍ଲୀ ୧୯/୬: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଟ୍ରୋଲର ଶିକାର ହୋଇଛନ୍ତି । ନିକଟରେ ପ୍ରିୟଙ୍କା ନ୍ଯୁୟର୍କରେ ପହଞ୍ଚିଛନ୍ତି । ନିଜ ପତି ନିକଙ୍କ ସହିତ ପ୍ରିୟଙ୍କାଙ୍କ କିଛି ଏମିତି ଫଟୋ ସାମ୍ନାକୁ ଆସିଛି ଯାହା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରୁଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପତି ନିକ ଜୋନାସଙ୍କ ସହିତ ପ୍ରିୟଙ୍କାଙ୍କ ଏମିତି ଏକ ଲୁକ୍ ସାମ୍ନାକୁ ଆସିଛି ଯାହା ପରେ ସୋସିଆଲ ମିଡିଆରେ ସେ ଟ୍ରୋଲ୍ ହେଉଛନ୍ତି । ୟୁଜର୍ସ ଏହାକୁ ଅଲଗା ଅଲଗା ମିମ୍ସ କରି ସେୟାର କରୁଛନ୍ତି । କିଛି ତ ପ୍ରିୟଙ୍କାଙ୍କୁ RSS କର୍ମ ବୋଲି କହୁଛନ୍ତି ।
Close enough! #PriyankaChopra pic.twitter.com/5LYJf6Xzy9
— Reshma Narayan (@reshmanarayan5) June 17, 2019
Rss swag #PriyankaChopra #RSS pic.twitter.com/tPQNLGp63U
— Yogita phulwani (@yogitaphulwani1) June 18, 2019
ପ୍ରିୟଙ୍କାଙ୍କ ଏହି ଫଟୋ ତାଙ୍କ ଫ୍ୟାନ୍ କ୍ଲବ ସେୟାର କରିଛି । ଏହି ଫଟୋରେ ପ୍ରିୟଙ୍କା ବ୍ଲାକ୍ ଟପ୍ ଓ ଖାକି ନିକର ପିନ୍ଧିଥିବା ନଜର ଆସିଛନ୍ତି । ବାସ୍, ଏହି ଫଟୋ ଦେଖିବା ପରେ ୟୁଜର୍ସ ତାଙ୍କୁ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । କହିରଖୁଛୁ ଖାକି ରଙ୍ଗର ପ୍ଯାଣ୍ଟ ଆରଏସଏସ୍ ସଂଘର ଅଫିସିଆଲ ଡ୍ରେସ୍ ।