PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପ୍ରିୟଙ୍କା ଗାନ୍ଧୀ ତ୍ରିରଙ୍ଗାକୁ ଅପମାନିତ କରିଥିବା ଅଭିଯୋଗ, ମାମଲା ରୁଜ୍ଜୁ କଲା ଦିଲ୍ଳୀ ପୁଲିସ

ନୂଆଦିଲ୍ଳୀ ୨୧।୩: ଲୋକସଭା ନିର୍ବାଚନ ୨୦୧୯ କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ଜୋରସୋର ପ୍ରଚାରରେ ମାତିଥିବା ପ୍ରିୟଙ୍କା ଗାନ୍ଧୀ ଏକ ବଡ଼ ଅସୁବିଧା ଭିତରେ ଫସି ଯାଇଥିବାର ନଜର ଆସିଛି। ଜାତୀୟ ପତକାର ଅପମାନକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବିରୁଧରେ ବୁଧବାର ଦିନ ଦିଲ୍ଳୀର ବବାନା ଥାନାରେ ଏକ ଅଭିଯୋଗ କରାଯାଇଛି। ବନାରସରେ ଗଙ୍ଗା ଯାତ୍ରାରେ ତ୍ରିରଙ୍ଗାକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଅଭିଯୋଗକାରୀ ପ୍ରବେଶ ଦବାସ ବୃତ୍ତିରେ ଜଣେ ଓକିଲ ଏବଂ ସେ ଏହି ବାବଦରେ ଥାନାରେ ଅଭିଯୋଗ କରିଛନ୍ତି।

ଦବାସଙ୍କ କହିବାନୁସାରେ, ଡଙ୍ଗାର ଛାତ ତଥା ଉପର ଭାଗ, ଆଗ ଓ ପଛର ବିଭିନ୍ନ ଭାଗକୁ ତ୍ରିରଙ୍ଗାରେ ସଜାଯାଇଥିଲା। କେବଳ ଏତିକି ନୁହେଁ, ଯାତ୍ରା କରିବା ସମୟରେ ଗଙ୍ଗାର ଉପକୂଳରେ ଲାଗିଥିବା ବ୍ୟାରିକେଟ୍ସରେ ମଧ୍ୟ ପତାକା ବ୍ୟବହାର କରାଯାଇଥିଲା। ପତକା ତଳେ ଳାଗିବା ସହିତ ପାଣିରେ ମଧ୍ୟ ଲାଗୁଥିଲା।

ପ୍ରବେଶଙ୍କ କହିବାନୁସାରେ, ଏଠାରେ ଜାତୀୟ ପତକାର ଅପମାନିତ କରାଯାଇଛି। ଏହା ଜାତୀୟ ସମ୍ମାନକୁ ଅପମାନ ଜଡ଼ିତ ଏକ ମାମଲା।

ଏଠାରେ ଉଲ୍ଲେଖ କରାଯାଇଛି ଯେ, ଏହା ପୂର୍ବରୁ ପ୍ରଥମେ ବୁଧବାର ଦିନ କଂଗ୍ରେସ ମହାସଚିବ ଏବଂ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଗଙ୍ଗା ଯାତ୍ରାର ଅନ୍ତିମ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଂସଦୀୟ ଅଞ୍ଚଳ ବାରାଣସୀରେ ପହଞ୍ଚିଥିଲେ।