ଆଜି ଟ୍ବିଟରରେ ଯୋଡ଼ି ହେଲେ ପ୍ରିୟଙ୍କା ଗାନ୍ଧୀ, ଗୋଟିଏ ଦିନରେ ୨୨ହଜାରରୁ ଅଧିକ ଫାଲୋର୍ସ

ନୂଆଦିଲ୍ଲୀ,୧୧/୨: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯୋଡ଼ି ହେଲେ ଟ୍ବିଟରରେ। ପ୍ରିୟଙ୍କା ଟ୍ବିଟରରେ ଆସିବା କ୍ଷଣି ହିଁ ଗୋଟିଏ ଦିନରେ ଫାଲୋର୍ସ ସଂଖ୍ୟା ବଢ଼ିଲା ୨୨ହଜାରରୁ ଅଧିକ । ପ୍ରିୟଙ୍କା ଟ୍ବିଟରରେ ସାମିଲ ହେବା ପରେ ପ୍ରତି ମିନିଟରେ ବଢ଼ି ଚାଲିଛି ଫାଲୋର୍ସ ସଂଖ୍ୟା।

ଆଜି ଲକ୍ଷ୍ନୌରେ ଏକ ବିଶାଳ ରୋଡ୍ ସୋ’ କାର୍ଯ୍ୟକ୍ରମରେ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ ପ୍ରିୟଙ୍କା। ତାଙ୍କ ସହିତ ପଶ୍ଚିମ ଉତ୍ତରପ୍ରଦେଶର ପ୍ରଭାରୀ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଯୋଗ ଦେଇଥିଲେ। ପ୍ରିୟଙ୍କାଙ୍କ ଆଗମନରେ ଉତ୍ସାହିତ ହୋଇ କଂଗ୍ରେସ କର୍ମୀମାନେ ରାଜ୍ୟ ରାଜଧାନୀରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଉତ୍ତରପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ରାଜ ବାବରଙ୍କ ନେତୃତ୍ବରେ ମହାଆଡ଼ମ୍ବର ସହକାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରିୟଙ୍କା ସେନା ଗୋଲାପୀ ପୋଷାକରେ ମୈଦାନକୁ ଓହ୍ଲାଇଥିଲେ।