ପ୍ରମୂଖ ଖବର
  • ମୋହନା : ରା.ଉଦୟଗିରି ଥାନା ପରିମଳ ଗାଁ ନିକଟରେ ରାସ୍ତା କଡ଼କୁ ଓଲଟିଲା ପିକଅପ ଭ୍ୟାନ, ୬ ଗୁରୁତର
  • ||
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

'ଭଗବାନଙ୍କ ଭରସା ଥିଲେ ପହଲଗାମ ପୀଡ଼ିତ'; 'ଅପରେସନ୍ ସିନ୍ଦୂର'କୁ ନେଇ ଲୋକସଭାରେ ପ୍ରିୟଙ୍କାଙ୍କ ତେରଛା ହମଲା...

Published By : Ankita S | July 29, 2025 3:11 PM

ନୂଆଦିଲ୍ଲୀ,୨୯/୦୭: ପହଲଗାମରେ କାହିଁକି ସୁରକ୍ଷା ବ୍ୟବସ୍ଥା ନଥିଲା ? ଆତଙ୍କୀ ହମଲା  କେମିକି  କାହିଁକି ହେଲା ? ପହଲଗାମ ଏବଂ ସେ ୨୬ ନୀରିହ ଲୋକ ଭଗବାନ ଭରସାରେ ଥିଲେ । ଗୃହମନ୍ତ୍ରୀ ଆଜି ମୋ ମାଆଙ୍କ ଲୁହ କଥା କହିଲେ । ମୁଁ ଉତ୍ତର ଦେବାକୁ ଚାହୁଁଛି ମୋ ମାଆଙ୍କ ଆଖିରୁ ଲୁହ ଝରିଥିଲା ଯେବେ ଆତଙ୍କବାଦୀ ମୋ ବାପାଙ୍କୁ ହତ୍ୟା କରିଥିଲେ । ଲୋକସଭାରେ 'ଅପରେସନ୍ ସିନ୍ଦୂର' ଚର୍ଚ୍ଚା ଉପରେ କିଛି ଏମିତି କହି ଶାସକ ଦଳକୁ ତେରଛା ଆଟାକ୍ କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ।

ସେ କହିଛନ୍ତି," କେନ୍ଦ୍ର ଗୃହମନ୍ତ୍ରୀ ଆଜି ମୋ ମାଆଙ୍କ ଲୁହ ବିଷୟରେ କହିଥିଲେ । ମୁଁ ଏହାର ଉତ୍ତର ଦେବାକୁ ଚାହୁଁଛି । ଯେତେବେଳେ ଆତଙ୍କବାଦୀମାନେ ମୋ ବାପାଙ୍କୁ ହତ୍ୟା କରିଥିଲେ, ମୋ ମାଆଙ୍କ ଲୁହ ଝରିଥିଲା । ଆଜି, ଯେତେବେଳେ ମୁଁ ସେହି ୨୬ ପହଲଗାମ ଆକ୍ରମଣର ପୀଡିତଙ୍କ ବିଷୟରେ କହୁଛି, କାରଣ ମୁଁ ସେମାନଙ୍କ ଯନ୍ତ୍ରଣା ବୁଝିପାରୁଛି। କେନ୍ଦ୍ରମନ୍ତ୍ରୀ କହିଲେ ନେହେରୁ ଇନ୍ଦିରା ଗାନ୍ଧୀ କଣ କରିଥିଲେ ? ମୋ ମାଆଙ୍କ ଲୁହ କଥା କହିଲେ ହେଲେ ସିଜଫାୟାର କାହିଁକି ହେଲା କେବେ କହିଲେ ନାହିଁ ।  "

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି,''ଆଜି ଏହି ଗୃହରେ ବସିଥିବା ଅଧିକାଂଶ ଲୋକଙ୍କ ସୁରକ୍ଷା କବଚ ଅଛି । କିନ୍ତୁ ପହଲଗାମରେ ସେହି ଦିନ ୨୬ ଜଣଙ୍କୁ ସେମାନଙ୍କ ପରିବାର ସମ୍ମୁଖରେ ହତ୍ୟା କରାଯାଇଥିଲା । ସେହି ଦିନ ବୈସାରନ ଘାଟିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କର କୌଣସି ସୁରକ୍ଷା ନଥିଲା । ତୁମେ ଯେତେ ଅପରେସନ କର ନା କାହିଁକି, ତୁମେ ସତକୁ ଲୁଚିପାରିବ ନାହିଁ । ଏହି ସରକାର ସବୁବେଳେ ପ୍ରଶ୍ନଗୁଡ଼ିକରୁ ଖସିଯିବାକୁ ଚେଷ୍ଟା କରେ । ଦେଶର ନାଗରିକମାନଙ୍କ ପ୍ରତି ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ନାହିଁ । ସତ୍ୟ ହେଉଛି ସେମାନଙ୍କ ହୃଦୟରେ ଜନସାଧାରଣଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେମାନଙ୍କ ପାଇଁ ସବୁକିଛି ରାଜନୀତି, ପ୍ରଚାର । ନାଗରିକଙ୍କ ସୁରକ୍ଷା କ’ଣ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କି ?"

ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ସେତେବେଳେ ସମଗ୍ର ଦେଶ ଏକଜୁଟ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଥିଲେ କିନ୍ତୁ କେବଳ ଶ୍ରେୟ ନେବା ଦାୟିତ୍ୱ ପୂରଣ କରେ ନାହିଁ । ଦେଶର ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେ, ମଝି ରାସ୍ତାରେ ଯୁଦ୍ଧ ବନ୍ଦ ହୋଇଗଲା । ଏହି ଘୋଷଣା ଭାରତୀୟ ସେନା କିମ୍ବା ସରକାର ନୁହେଁ ବରଂ ଆମେରିକାର ରାଷ୍ଟ୍ରପତି କରିଥିଲେ । ସେଦିନ କଣ ହୋଇଥିଲା ସିଜଫାୟାର କାହିଁକି ହେଲା ଦେଶ ଜାଣିବାକୁ ଚାହୁଛି ବୋଲି କହିଛନ୍ତି କଂଗ୍ରେସ ସାସଂଦ ପ୍ରିୟାଙ୍କା ଗାନ୍ଧୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.