ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ୱାୟନାଡ ଲୋକସଭା ସିଟ୍‌ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି

Published By : Anindita Ratha | October 23, 2024 1:34 PM

ନୂଆଦିଲ୍ଲୀ, ୨୩/୧୦ : ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି  ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏନେଇ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ତେବେ ପ୍ରିୟଙ୍କାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ମା’ ସୋନିଆ ଗାନ୍ଧି, ଭାଇ ରାହୁଲ ଗାନ୍ଧି ଓ କଂଗ୍ରେସର ବହୁ ହେଭିୱେଟ ନେତା  ଉପସ୍ଥିତ ଥିଲେ।

ନିଜ ମା’ଙ୍କ ସହ ପ୍ରିୟଙ୍କା ଗତ ରାତିରେ ୱାୟନାଡରେ ପହଞ୍ଚିଥିଲେ। ସେଠାରେ ସେମାନେ ସ୍ଥାନୀୟ ଲୋକଙ୍କ ସହ ବହୁ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ନାମାଙ୍କନ ଦାଖଲ ପରେ ପ୍ରିୟଙ୍କା ଓ ରାହୁଲ ଆଜି କଲ୍ଲେପଟ୍ଟା ନ୍ୟୁ ବସ୍‌ ଷ୍ଟାଣ୍ଡ ନିକଟରୁ ଏକ ରୋଡ ଶୋ’ କରିବେ ବୋଲି ଜଣାଯାଇଛି। ୱାୟନାଡ ଉପନିର୍ବାଚନ ନିମନ୍ତେ ଆସନ୍ତା ମାସ ୧୩ ତାରିଖରେ ମତଦାନ ହେବ । ଏହାପରେ ଆସନ୍ତା ୨୩ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ପ୍ରିୟଙ୍କା ଗାନ୍ଧି ଭଦ୍ରା ଜିତିଲେ ସେ ପ୍ରଥମ ଥର ପାଇୱ ସଂସଦକୁ ଯିବେ। ଫଳରେ ପ୍ରଥମ ଥର ପାଇଁ ଗାନ୍ଧି ପରିବାରର ୩ ସଦସ୍ୟ ସୋନିଆ ଓ ତାଙ୍କ ପୁଅଝିଅଙ୍କୁ ଏକ ସଙ୍ଗେ ସଂସଦରେ ଦେଖିବାକୁ ମିଳିବ ।

ପ୍ରିୟଙ୍କା ପ୍ରଥମ ଥର ରାଜନୀତି ମଇଦାନକୁ ଓହ୍ଲାଉଥିବା ବେଳେ ତାଙ୍କ ନିକଟରେ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପତ୍ନୀଙ୍କ ଏହି ନୂଆ କାମ ପାଇଁ ରବର୍ଟ ଭଦ୍ରା ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆ ଯାତ୍ରା ପାଇଁ ଶୁଭକାମନା ତୁମକୁ ସମର୍ଥନ କରିବାକୁ ମୁଁ ସବୁବେଳେ ତୁମ ସହ ରହିଛି। ଭଗବାନ ତୁମକୁ ସହାୟ ହୁଅନ୍ତୁ। ଦେଶବାସୀ ସଂସଦରେ ତୁମ ଆଗମନ ପାଇଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ରୋବର୍ଟ ଭଦ୍ରା। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.