PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

କଂଗ୍ରେସ ପାଇଁ ବ୍ୟାଡଲକ୍ ପାଲଟିଲେ ପ୍ରିୟଙ୍କା,ଯେଉଁଠି କଲେ ନିର୍ବାଚନ ପ୍ରଚାର ସେଠାରେ ପ୍ରାର୍ଥୀ ପରାଜିତ

ନୂଆଦିଲ୍ଲୀ,୨୪।୫: ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଚାଲିଛି ଏହାର କାରଣ ଖୋଜା।  ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାର ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଯେଉଁଥିରୁ ଜଣାପଡୁଛି କଂଗ୍ରେସରେ ଗାନ୍ଧି ପରିବାରର ନେତୃତ୍ୱ ଏକପ୍ରକାର ଫେଲ୍‍ ମାରିଛି ବୋଲି କୁହାଯାଉଛି।ଚଳିତ ଥର ଗାନ୍ଧି ପରିବାରର ନୂଆ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଥାପିଥିଲେ। ଆଶା କରାଯାଉଥିବା ପ୍ରିୟଙ୍କାଙ୍କ ଭିତରେ ଲୋକେ ଇନ୍ଦିରା ଗାନ୍ଧିଙ୍କ ପ୍ରତିଛବି ଦେଖିବାକୁ ପାଇଁ ଭୋଟ ଦେବେ। ଯାହାଫଳରେ ଦଳ ଭଲ ପ୍ରଦର୍ଶନ କରିବେ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କର ନିର୍ବାଚନ ପ୍ରଚାର ଭୋଟରଙ୍କୁ କରିପାରିଲାନି ଆକୃଷ୍ଟ।

ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ୩୮ଟି ରାଲି କରିଥିଲେ। ତାହା ଭିତରୁ ୨୬ଟି କେବଳ ଉତ୍ତରପ୍ରଦେଶରେ ଓ ବାକି ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ କରିଥିଲେ। ତେବେ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିଥିବା ୯୭% ଆସନରେ କଂଗ୍ରେସ ହାରି ଯାଇଛି। ପ୍ରିୟାଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶ ଓ ଜ୍ୟୋତିରାଦିତ୍ୟ ସିଦ୍ଧିଆଙ୍କୁ ପଶ୍ଚିମ ଉତ୍ତରପ୍ରଦେର ପ୍ରଭାରୀ କରାଯାଇଥିଲା। କିନ୍ତୁ ଏବେ ନିର୍ବାଚନ ଫଳାଫଳ କହୁଛି  ପ୍ରିୟଙ୍କା ପାର୍ଟିକୁ ଆସିବା ଲାଭ ବଦଳରେ କ୍ଷତି ଆଣିଦେଲା । ଯେଉଁ ଯେଉଁ ଅଞ୍ଚଳରେ ସେ ପ୍ରଚାର କରିଥିଲେ ସେହି ଅଞ୍ଚଳରେ କଂଗ୍ରେସ ମୂଳପୋଛ ହେଲା । ଉତ୍ତରପ୍ରଦେଶରେ ତ୍ରିକୋଣୀୟ ଲଢେଇ ଥିଲା। ହେଲେ ଉତ୍ତରପ୍ରଦେଶରେ ତୃତୀୟ ସ୍ଥାନରେ ରହି କଂଗ୍ରେସ ନିର୍ବାଚନୀ ଅଭିଯାନ ଶେଷ କରିଛି। ଉତ୍ତରପ୍ରଦେଶରେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି।

ପ୍ରିୟଙ୍କା ପ୍ରଚାର କରିଥିବା ଆସନରେ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଲୋକସଭା ଆସନ ଆମେଥିରେ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଛନ୍ତି। କେବଳ ଗୋଟିଏ ଆସନ ଭାବେ ତାଙ୍କ ମା’ ସୋନିଆ ଗାନ୍ଧୀ ରାୟବରେଲିରୁ ବିଜୟୀ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜର ପାରମ୍ପରିକ ଗୁଣା ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। ୟୁପିରୁ ନେଇ ପଞ୍ଜାବ ଏବଂ ଦିଲ୍ଲୀରେ ମଧ୍ୟ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଏତେ ପ୍ରଚାର ପରେ ମଧ୍ୟ ଗୋଟି ଗୋଟି କରି ସବୁ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର