PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପ୍ରିୟଙ୍କାଙ୍କ ‘ମିଶନ ୟୁପି’ ଆରମ୍ଭ

ଲକ୍ଷ୍ନୈା,୧୧ ।୨(ଏଜେନ୍ସି): କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ହେବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାରଠାରୁ ୪ ଦିନିଆ ୟୁପି ଗସ୍ତରେ ଯାଇଛନ୍ତି । ଗସ୍ତର ପ୍ରଥମ ଦିନରେ ସେ ଆଜି ମଧ୍ୟାହ୍ନ ୧୨ଟାରେ ବିମାନବନ୍ଦରରୁ ମଲ୍‌ ଆଭେନ୍ୟୁ ଅଞ୍ଚଳରେ ଥିବା ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୀର୍ଘ ୧୭ କିମି ଲମ୍ବା ରୋଡ୍‌ ସୋ’ କରିଥିଲେ । ତାହା ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା । ଏହି ରୋଡ ସୋ’ରେ ହଜାର ହଜାର ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଥିଲା ।
ରୋଡ୍‌ ସୋ ଅବସରରେ ଏକ ଗାଡ଼ି ଉପରେ ପ୍ରିୟଙ୍କା ଭାଇ ତଥା ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଶ୍ଚିମ ୟୁପିର ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବସିଥିଲେ । ରାସ୍ତାରେ ଗାଡ଼ି ଅତିକ୍ରମ କରିବା ବେଳେ ଲୋକମାନେ ଗୋଲାପ ପାଖୁଡ଼ା ଓ ଗେଣ୍ଡୁ ଫୁଲ ବର୍ଷା କରିଥିଲେ । ପ୍ରିୟଙ୍କାଙ୍କ ସାନ୍ନିଧ୍ୟ ପାଇବା ଲାଗି କେବଳ ଦଳୀୟ କର୍ମୀ ନୁହନ୍ତି, ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଲାଗିଯାଇଥିଲା । ପ୍ରିୟଙ୍କାଙ୍କ ଗାଡି ହୁସେନଗଞ୍ଜ, ଜିପିଓ, ରାଜଭବନ ଓ ହଜରତଗଞ୍ଜ ଠାରେ ଅଟକିଥିଲା । ସେଠାରେ ପ୍ରିୟଙ୍କାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରିୟଙ୍କା ମଧ୍ୟ କୁନି କୁନି ପିଲାମାନଙ୍କୁ ଭେଟିଥିଲେ ଓ ସେମାନଙ୍କୁ ଚକୋଲେଟ ଉପହାର ଦେଇଥିଲେ । ରୋଡ୍‌ ସୋ’ ସମୟରେ ହୁସେନଗଞ୍ଜ ନିକଟରେ ପ୍ରିୟଙ୍କାଙ୍କର ବସ୍‌ ବିଦ୍ୟୁତ୍‌ ତାରରେ ଲାଗି ଫସି ଯାଇଥିଲା । ତେଣୁ କିଛି ସମୟ ପାଇଁ ରୋଡ୍‌ ସୋ’କୁ ଅଟକାଯାଇଥିଲା । ଏହାପରେ ପ୍ରିୟଙ୍କା ବସ୍‌ରୁ ଓହ୍ଲାଇ ଜିପ୍‌ରେ ବସିଥିଲେ ଓ ପୁଣିଥରେ ରୋଡ୍‌ ସୋ’ ଆରମ୍ଭ ହୋଇଥିଲା ।
ରାହୁଲ ଓ ପ୍ରିୟଙ୍କା ହଜରତଗଞ୍ଜ ଛକରେ ବାବା ସାହେବ ଭୀମରାଓ ଆମ୍ବେଦକର, ଜାତିର ଜନକ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରମୁଖଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଲେ ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବାର ଏକମାତ୍ର ଲକ୍ଷ୍ୟ ହେଉଛି ୟୁପିରେ କଂଗ୍ରେସ ସରକାର ଗଠନ କରିବା । ଆମ ସରକାର ଗରିବ, କୃଷକ ଓ ଯୁବକଙ୍କ ପାଇଁ କାର୍ଯ୍ୟ କରିବ । ଏଥର ରାଜ୍ୟରେ କଂଗ୍ରେସ ଫ୍ରଣ୍ଟଫୁଟରେ ଖେଳିବ । ଦେଶର ଚୌକିଦାର ଚୋର । ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟ ଓ ବାୟୁସେନାର ଟଙ୍କା ଚୌକିଦାର ଚୋରି କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ ।
ଅପରାହ୍ନ ୫ଟା ୫୦ରେ ଏହି ରୋଡ୍‌ ସୋ’ କଂଗ୍ରେସ ଭବନରେ ପହଞ୍ଚିବା ପରେ ଶେଷ ହୋଇଥିଲା । ପରେ ସେମାନେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠାରେ ରାହୁଲ କହିଥିଲେ ଯେ, ଉତ୍ତରପ୍ରଦେଶରେ କଂଗ୍ରେସକୁ ସଶକ୍ତ କରିବାର କାମ ପ୍ରିୟଙ୍କା ଓ ଜ୍ୟୋତିରାଦିତ୍ୟଙ୍କୁ ଦିଆଯାଇଛି । ଉତ୍ତରପ୍ରଦେଶରୁ କଂଗ୍ରେସର ଆରମ୍ଭ ହୋଇଥିଲା । ଏଠାରେ କଂଗ୍ରେସ ଦୁର୍ବଳ ରହିପାରିବ ନାହିଁ । ବିଧାନସଭା ନିର୍ବାଚନରେ କଂଗ୍ରେସ ଏଠାରେ ସରକାର ଗଢ଼ିବ । ଗୋଟିଏ ପଟେ ଜନତାଙ୍କ ପର୍ଯ୍ୟନ୍ତ ଭାଇଚାରା, ପ୍ରେମ ପହଞ୍ଚାଇବା ଲାଗି କଂଗ୍ରେସର ବିଚାରଧାରା ଥିବାବେଳେ ଅନ୍ୟପଟେ ସଂଘ-ବିଜେପିର ବିଚାରଧାରା ହେଉଛି ଜନତାଙ୍କୁ ବିଭାଜନ କରିବା, ସମାଜରେ ଘୃଣାର ପ୍ରସାର କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷ ମଧ୍ୟରେ କ’ଣ କରିଛନ୍ତି ତାହା ଲୋକେ ଦେଖିଛନ୍ତି । ଚୌକିଦାର ଜଣକୁ ବି ଚାକିରି ଦେଇନାହାନ୍ତି । ସେ ୨ କୋଟି ଲୋକ ଚାକିରି ପାଇବେ ବୋଲି କହିଥିବାବେଳେ କେବଳ ଅନିଲ ଅମ୍ବାନିଙ୍କୁ ଫାଇଦା ପହଞ୍ଚାଇଛନ୍ତି । ସେହିପରି ସବୁ ପ୍ରତିରକ୍ଷା ବୁଝାମଣାରେ ଦୁର୍ନୀତି ହୋଇଥିବାର ରାହୁଲ ଅଭିଯୋଗ କରିିଥିଲେ । ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ, ଏହି ସରକାର ବଦଳିବାର ସମୟ ଆସିଗଲାଣି ।

ସମ୍ବନ୍ଧିତ ଖବର