PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ମଲା ଧାନ ଗଛ ନେଇ ଚାଷୀଙ୍କ ଶୋଭାଯାତ୍ରା ; ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣ ବିକ୍ଷୋଭ

ନୀଳଗିରି,୧୮/୧୧ : ମୌସୁମୀ ବର୍ଷା ଉଭାନ ପାଇଁ ଆଜି ସାରା ରାଜ୍ୟରେ ଚାଷୀକୁଳ ହାହାକାର ଡାକୁଛନ୍ତି । ହେଲେ ଏହି ଦୁଃଖ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡର ଚାଷୀମାନଙ୍କୁ ଦ୍ବିଗୁଣିତ କରିଛି । ନୀଳଗିରି ଗୋଟେ ପାହାଡିଆ ଅଞ୍ଚଳ ହୋଇଥିବାବେଳେ ମୌସୁମୀ ବର୍ଷା ବହୁ ଦିନରୁ ନ ହେବା କାରଣରୁ ଧାନ ଫସଲ ପୁରା ଉଜୁଡିବାକୁ ବସିଛି । ଗଛ ମରି ଯାଇଥିବାବେଳେ ଏକର ଏକର ଜମିରେ ଧାନ ବାହାରି ପାରିନି । ବହୁ କ୍ଷେତରେ ଚକଡ଼ା ପୋକ ଲାଗି ନଷ୍ଟ ହୋଇଛି ତ ଆଉ କେଉଁଠି ହାତୀମାନେ ଉପଦ୍ରବ କରି ନଷ୍ଟ କରିଛନ୍ତି ।

ଗାଉଁଲି ଧାର କରଜ କରିଥିବାବେଳେ ବ୍ୟାଙ୍କ ଋଣ କିପରି ସୁଝିବେ ଏ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ ଚାଷୀମାନଙ୍କ ପାଇଁ ଆଗକୁ ଆସିଛି ଭାରତୀୟ କମ୍ୟୁନିଟି ପାର୍ଟି ନୀଳଗିରି ଆଞ୍ଚଳିକ କମିଟି। ଆଜି ଶତାଧିକ ଚାଷୀ ନୀଳଗିରିରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି। କୃଷିଋଣ ଛାଡ଼ କରିବା ସହ ଚାଷୀଙ୍କ ପରିବାରଙ୍କୁ ସହାୟତା ଯୋଗାଇବା ଦାବି କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।