PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍, ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର,୩୦/୦୯: ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ । ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଏହି ସଙ୍ଗୀନ ଅଭିଯୋଗ ଆସିଛି । ଖାଲି ଅଭିଯୋଗ ଆସିନାହିଁ । ଏହାର ପ୍ରମାଣ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓ ଭାଇରାଲ୍‌ ପରେ କାଷ୍ଟିଂ କାଉଚର ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାକୁ ନେଇ ଓଲିଉଡ୍‌ରେ ଏବେ ନାନାଦି ଚର୍ଚ୍ଚା ।

ମିଳିଥିବା ସୂଚନା ମୁତାବକ, ଥାନାରେ ଏତଲା ଦେଇଥିବା ଯୁବତୀ ଏକ ଭିଡିଓ ଜାରି କରି କହିଛନ୍ତି, ୨ ବର୍ଷ ତଳେ ସେ ଶ୍ରୀ ପରିଜାଙ୍କୁ ଭେଟି ସିନେମା ଓ ବ୍ୟବସାୟରେ କାମ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ପରିଜା ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପରେ ମଉକା ଦେଖି ତାଙ୍କ ଘରକୁ ଯାଇ ଖରାପ ସମ୍ପର୍କ ରଖିଥିଲେ । ଏହି ସମୟରେ ଶ୍ରୀ ପରିଜା ଭିଡିଓ ସୁଟିଂ କରି ରଖିଥିଲେ । ପରେ ଭିଡିଓ ଭାଇରାଲ୍‌ର ଧମକ ଦେଇ ଯୌନ ଶୋଷଣ କରୁଥିଲେ ।

କିଛିଦିନ ତଳେ ଯୁବତୀ ଜଣଙ୍କ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି କଥା ଶ୍ରୀ ପରିଜା ଜାଣିବା ପରେ ତାଙ୍କ ବିରୋଧରେ ଅପପ୍ରଚାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ସମ୍ପର୍କ ନ ରଖିଲେ ଶ୍ରୀ ପରିଜା ଅଶ୍ଳୀଳ ଭିଡିଓ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଦେବେ ଧମକ ଦେଇଥିଲେ ।

ଦୀର୍ଘ ଦିନ ଅପେକ୍ଷା କରିବା ପରେ ଗୁରୁବାର ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଏହାର କିଛି ସମୟ ପରେ ଶ୍ରୀ ପରିଜାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏହାକୁ ସେ ଭାଇରାଲ୍‌ କରିଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ କହିଛି, ଘଟଣା ଆମେ ଶୁଣିଛୁ । ହେଲେ କୌଣସି ଏତଲା ଆସିନାହିଁ ।

ଅନ୍ୟପକ୍ଷରେ ଶ୍ରୀ ପରିଜା ପ୍ରତିକ୍ରିୟା ଦେଇଛନ୍ତି ଯେ ମୋର ସେହି ଯୁବତୀଙ୍କ ସହ କୌଣସି ଖରାପ ସମ୍ପର୍କ ନାହିଁ । କେହି ମୋର ଫଟୋକୁ ନକଲ କରି ଯୁବତୀଙ୍କ ସହ ଯୋଡ଼ି ଭାଇରାଲ୍‌ କରିଛି । ଏଥିପାଇଁ ଗୋଟିଏ ଗୋଷ୍ଠୀ ଷଡଯନ୍ତ୍ର କରିଛନ୍ତି । ସେମାନେ ମୋତେ ବ୍ଲାକମେଲିଂ କରୁଥିଲେ । ଖୁବ୍‌ ଶୀଘ୍ର ସତ ପଦାକୁ ଆସିବ ।

ସମ୍ବନ୍ଧିତ ଖବର