PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ପ୍ରଫେସରଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ଅଭିଯୋଗ: ପ୍ରାକ୍ଟିକାଲ୍ ପରୀକ୍ଷାରେ ପଚାରିଲେ ‘କେମିତିଆ ବୟଫ୍ରେଣ୍ଡ ଦରକାର, ମୋ ଭଳି ହେଲେ ଚଳିବ’

ବଡଦୋରା ୧୯/୭: ଗୁଜରାତର ବଡଦୋରା ମେଡିକାଲ କଲେଜ ଏବେ ବିବାଦରେ । ଏଠାରେ ଏସ,କେ ନାଗର ନାମକ ଜଣେ ପ୍ରଫେସରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ଛାତ୍ରୀ କଲେଜର ଡିନଙ୍କୁ ଅଭିଯୋଗ କରିଛନ୍ତି ଯେ ଫିଜିଓଥେରାପିର ଭାଇଭା ଏଗଜାମ ସମୟରେ ସମ୍ପୃକ୍ତ ପ୍ରଫେସର ଜଣକ ଖରାପ ଉଦ୍ଦେଶ୍ୟ ରଖି ପ୍ରଶ୍ନ ପଚାରିଛନ୍ତି । ଏହା ସହ ମୋବାଇଲ୍ ନମ୍ବର ମଧ୍ଯ ମାଗିଛନ୍ତି ।  ଏପରିକି ପ୍ରଫେସର ଜଣକ କହିଛନ୍ତି ଯେ “କେମିତି ବୟଫ୍ରେଣ୍ଡ ଦରକାର, ମୋ ଭଳି ବଡି ଚଳିବ ?”

ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପ୍ରଫେସର ଏସ.କେ ନାଗର ଏକ୍ସାମ ସମୟରେ କହିଲେ ଯେ ‘ତୁମର କେହି ବୟଫ୍ରେଣ୍ଡ ଅଛନ୍ତି ନା ନାହାଁନ୍ତି ? ତୁମକୁ କେମିତି ପୁଅ ପସନ୍ଦ ? ମୋ ଭଳି ବଡି ଚଳିବ ?’ ଏହା ପରେ ପ୍ରଫେସର ଅନେକ ଅଶ୍ଲୀଳ କଥା ବୁଲେଇ ବଙ୍କେଇ କହିଛନ୍ତି ବୋଲି ମଧ୍ଯ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ସେ ପ୍ରେଗ୍ନେସି ଓ ଭର୍ଜିନିଟି ସମ୍ପର୍କରେ ମଧ୍ଯ ପ୍ରଶ୍ନ ପଚାରିଛନ୍ତି ।

ଅନ୍ଯପଟେ ଏସବୁ ସମ୍ପୂର୍ଣ୍ଣ ମିଥ୍ଯା ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର । ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ତାଙ୍କୁ କଲେଜର ଡିନ୍ ଭାବେ ନିଯୁକ୍ତ କରାଯିବ । ଏହା କିଛି ଲୋକଙ୍କୁ ପସନ୍ଦ ଆସୁନି । ସେଥିପାଇଁ ତାଙ୍କ ବିରୁଦ୍ଧରେ ରୀତିମତ ଷଡଯନ୍ତ୍ର କରାଯାଉଛି । ସେ ସେମିତି କିଛି ପ୍ରଶ୍ନ ପଚାରିନାହାଁନ୍ତି ବୋଲି ସଫଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର