PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧନା: ସମ୍ବର୍ଦ୍ଧିତ କଲା ବାଟିପଡ଼ା ନୋଡାଲ୍‌ ହାଇସ୍କୁଲ୍‌ ପୁରାତନ ଛାତ୍ର ସଂଘ

ଭୁବନେଶ୍ୱର,୩ ।୨(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅନ୍ତର୍ଗତ ବାଟିପଡ଼ା ନୋଡାଲ୍‌ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ସ୍କୁଲର ପୁରାତନ ଛାତ୍ର ସଂଘ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି ।
କେନ୍ଦ୍ରାପଡ଼ା ଅଞ୍ଚଳରେ ଜନ୍ମିତ ପ୍ରଫେସର ନାୟକ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ବିକାଶମୂଳକ କାମ ହାତକୁ ନେଇଛନ୍ତି । ରାଜ୍ୟର ସର୍ବାଙ୍ଗୀନ ବିକାଶ ସକାଶେ ଯେତେବେଳେ ଗୁଣାତ୍ମକ ଯାନ୍ତ୍ରିକ, ପ୍ରଯୁକ୍ତି ଓ ବୈଷୟିକ ଶିକ୍ଷାର ଆବଶ୍ୟକତା ଥିଲା ସେତେବେଳେ ସେ ଭୁବନେଶ୍ୱରରେ ସ୍ଥାପନ କରିଥିଲେ ଆଇଟିଇଆର୍‌ ଇଞ୍ଜିନିୟରିଂ କଲେଜ । ପରବର୍ତ୍ତୀ ସମୟରେ ତାହା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଭାବେ ପ୍ରତିଷ୍ଠା ଲାଭ କରିସାରିଛି । ସେହିପରି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ’ ବହୁ ଖ୍ୟାତି ଲାଭ କରିଛି ।
ଗୁଣାତ୍ମକ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ, ନିରନ୍ତର ଶିକ୍ଷାଦାନ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଫେସର ନାୟକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି । ଦେଶର ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ପ୍ରତିଷ୍ଠା ଲାଭ କରିଥିବା ପ୍ରଫେସର ନାୟକଙ୍କୁ ବାଟିପଡ଼ା ହାଇସ୍କୁଲ୍‌ ପକ୍ଷରୁ ସମ୍ମାନିତ କରାଯାଇଛି । ତାଙ୍କୁ ସମ୍ୱର୍ଦ୍ଧନା କରିବା ଅବସରରେ ବିଷ୍ଣୁପଦ ଦାସ, ଗଗନ ବେହେରା, ଉପେନ୍ଦ୍ର ବେହେରା, ରାଜେଶ ମୁଦୁଲି, ଆଶିଷ ମହି, ଅଶେଷ କୁମାର ଦାସ, ପ୍ରଭାତ ଦାସ, ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।