ରାଜସୁନାଖଳା ମହୋତ୍ସବ “କାଉଁରୀ” ୨୦୨୨ର ଦ୍ୱିତୀୟ ସନ୍ଧ୍ୟା, ଦର୍ଶକଙ୍କୁ ବାନ୍ଧି ରଖିଲା ଅଭିନେତା ଶ୍ରୀତମ ଦାସଙ୍କ ମଧୁର ଗୀତ

ରାଜସୁନାଖଳା ୧୨/୯(ଆପ୍ର ): ରାଜସୁନାଖଳା ଅଞ୍ଚଳର ଗୌରବମୟ ଐତିହ୍ୟ, ଏବଂ ପାରମ୍ପରିକ ଲୋକକଳା ତଥା ସାମାଜିକ ଐକ୍ୟଭାବର ସୁଦୃଢୀକରଣ ବାର୍ତାର ମହକ ବାଣ୍ଟି ଶୁକ୍ରବାର ସଂଧ୍ୟରେ ଚତୁର୍ଥ ବାର୍ଷିକ ରାଜସୁନାଖଳା ମହୋତ୍ସବ -“କାଉଁରୀ” ୨୦୨୨ର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟିତ ହୋଇଥିଲା l ମହୋତ୍ସବର ମୁକ୍ତାକାଶ ମଣ୍ଡପରର କଳାକାରମାନେ ପାଇକ ଆଖଡାରେ ସାମରିକ କଳା କୌଶଳ ପ୍ରଦର୍ଶନ କରି ଉତ୍କଳ ମାଟିର ପାଇକମାନଙ୍କର ବୀରତ୍ଵଭରା ଐତିହ୍ୟକୁ ମନେ ପକାଇଥିଲେ। ସ୍ଥାନୀୟ ତଥା ବିଭିର୍ନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ନୃତ୍ୟ, ଓଡିଶୀ ମଡର୍ନ ଡ୍ୟାନ୍ସ ପରିବେଷଣ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ଉଷୁମ ଭରି ଦେଇଥିଲା। ସ୍ବାଗତ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା, ସାଧାରଣ ସଭା। ଏଥିରେ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ଆର୍ତ୍ତତ୍ରାଣ ପ୍ରଧାନ ପୌରୋହିତ୍ୟ କରିଥିଲେ।
ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରେଲୱେ ବିଭାଗର ଯାତ୍ରୀ ସେବା ସମିତିର ନିର୍ଦେଶକା ତଥା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁରମା ପାଢୀ ଏବଂ ମୁଖ୍ୟ ବକ୍ତା ଭାବେ ବିଜେପିର ରାଷ୍ଟ୍ରୀୟ ପ୍ରଵକ୍ତା ତଥା ଜାତୀୟ ପର୍ଯ୍ୟଟନ ନିଗମ ନିର୍ଦେଶକ ଡାକ୍ତର ସମ୍ବିତ ପାତ୍ର ଯୋଗ ଦେଇ ଦ୍ୱିତୀୟ ସାନ୍ଧ୍ୟ ର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ,ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରାଇ, ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ୍ୟ ଶିବରାମ ମହାପାତ୍ର, ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶରଥି ଭୂୟାଁ, ରାଜସୁନଖାଳ ସମିତିସଭ୍ୟ ତପନ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସିନେକଳାକାର ଅଭିନେତା ଶ୍ରୀତମ ଦାଶ, ବିଶେଷ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରି ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲେ ।
ମହୋତ୍ସବ ଆୟୋଜକ କମିଟି ର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ସ୍ମରଣିକା କମିଟି ସମ୍ପାଦକ ପ୍ରଦୀପ କୁମାର ରଣା ଅତିଥି ପାରିଚୟ ପ୍ରଦାନ କରିଥିଲେ । ଅବସରରେ ପୂଜ୍ୟପୂଜା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭିର୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ, ଗଣମାଧ୍ୟମସଂଯୋଜକ ରାଜେନ୍ଦ୍ର କୁମାର ସାହୁ, ସ୍ମରଣିକା କମିଟି ସହ ସମ୍ପାଦକ ସମ୍ପାଦକ ଜୟେନ୍ଦ୍ର କୁମାର ବେହେରା ପ୍ରମୁଖ ଙ୍କ ସହିତ ଆୟୋଜକ କମିଟିର ସଦସ୍ୟ ଓ ସ୍ବେଛାସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ । ପ୍ରଦୀପ କୁମାର ରଣା କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।