ପାଇପ ଲାଇନ ବିଛାକୁ ବିରୋଧ, ଜମିର କ୍ଷତିପୂରଣ ଦେବାକୁ ଦାବୀ

ପାରାଦୀପ,୨୪।୧ : ପାରାଦୀପ ଅଭୟଚାନ୍ଦପୁର ଥାନା ଅଧୀନ ବଗଦିଆ ଗ୍ରାମରେ ଚାଷ ଜମି ରେ ଗ୍ୟାସ ପାଇପ ବିଛାକୁ ସ୍ଥାନୀୟ ଜମି ମାଲିକ ମାନେ ବିରୋଧ କରିଛନ୍ତି । ଗେଲ ଇଣ୍ଡିଆ ଏହି ଅଂଚଳର ଜମିରେ ମାଟି ଖୋଳି ଭିତରେ ଗ୍ୟାସ ପାଇପ ବିଛାଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ପୂର୍ବରୁ ଏକ କମ୍ପାନୀ ପାଇପ ବିଛାଇଥିବା ବେଳେ ପୁଣି ଜମିରେ ପାଇପ ବିଛା ଯାଉଛି। ଏନେଇ ଧାର୍ଯ୍ୟ ହୋଇଥିବା କ୍ଷତିପୂରଣ ରାଶି ବଢ଼ାଇବାକୁ ଦାବୀ କରିଛନ୍ତି ଜମି ମାଲିକ ମାନେ। କମ୍ପାନୀ ଏନେଇ ଜମି ମାଲିକଙ୍କ ସହ ଆଲୋଚନା ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହୋଇପାରେ ବୋଲି ଘଟଣା ସ୍ଥଳରେ ଧାରଣା ଦେଇଥିବା ଲୋକେ କହିଛନ୍ତି ।