ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ୮ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭୋଗରାଇ ବିଡିଓ ଏବଂ ବିଇଓଙ୍କୁ ସ୍ମାରକପତ୍ର ପ୍ରଦାନ

ଭୋଗରାଇ, ୦୩/୧୨: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ କୋର୍ଡିନେସନ କମିଟି ପକ୍ଷରୁ ଶନିବାର ପୂର୍ବାହ୍ନରେ ୮ ଦଫା ଦାବି ନେଇ ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ମଧ୍ୟରେ ୭ମ ବେତନ କମିଶନ ସୁପାରିଶ ମୁତାବକ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ଦାବି କରାଯାଇଛି ।
୨୦୧୮ ଅନୁଦାନପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କୁ ସଠିକ ଭାବେ ୭ମ ବେତନ କମିଶନ ଅନୁସାରେ ଦରମା ପ୍ରଦାନ ତଥା ଅଣତାଲିମପ୍ରାପ୍ତ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକମାନଙ୍କୁ ଦରମା ପ୍ରଦାନ । ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ। ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା । ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ କଲେଜରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷା କର୍ମଚାରୀ ପଦବୀ ପୂରଣ ନିମନ୍ତେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା । ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ, କ୍ଷତିଗ୍ରସ୍ତ ସମସ୍ତ କର୍ମଚାରୀମାନଙ୍କୁ ଟିଜି ସ୍କେଲ ପ୍ରଦାନ। ୨୦୨୨ ମସିହାରେ ଉଚ୍ଛେଦ ହୋଇଥିବା ଠିକା କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପୃଥକ ଭାବେ ବିଡିଓ ଶଙ୍କର ପଟ୍ଟନାୟକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଋଷଭ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।
ଓଷ୍ଟା ବାଲେଶ୍ଵର ଜିଲ୍ଲା ଯୁଗ୍ମ ସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର, ଓଷ୍ଟା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନ୍ମଥ କୁମାର ବେହେରା, ଦକ୍ଷିଣ ଭୋଗରାଇ ଓଷ୍ଟା ସଭାପତି ଶ୍ରୀନିବାସ ପ୍ରଧାନ, ସମ୍ପାଦକ ନଟରଞ୍ଜନ ଘରାଇ, ଉତ୍ତର ଭୋଗରାଇ ଓଷ୍ଟା ସଭାପତି ଗୌରିଶଙ୍କର ତ୍ରିପାଠୀ, ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ବାଲଗୋପାଳ ଦାସ, ପ୍ରଫୁଲ୍ଲ କୁମାର ଦାସ, ମନୋରଞ୍ଜନ ଦାସ, ଶାଶ୍ବତ ଜେନା, ସୈାଭାଗ୍ୟ ଦେ, ଚୈତନ୍ୟ ସାମଲ, ଦେବଶଙ୍କର ପଣ୍ଡା, ଦୁର୍ଗାଶଙ୍କର ପଣ୍ଡା, ଭବଶଙ୍କର କରଣ, କୁଳମଣି ଜେନା, ହିମାଂଶୁ ଦାସ, କଲେଜ ସଂଘର ସଭାପତି ଅଚିନ୍ତ କୁମାର ଚକ୍ରବର୍ତ୍ତୀ, ସମ୍ପାଦକ ଶିବଶଙ୍କର ପ୍ରଧାନ, ବାଦଲ କୁମାର ମହାନ୍ତି, ସଞ୍ଜିବ କୁମାର ହାତୀ, ନୀଳାମ୍ବର ଦାସ, ଆଶିଷ କୁମାର ମହାନ୍ତି, ଗୈାରାଙ୍ଗ ଗିରି, ହୃଷିକେଶ ମହାନ୍ତି, ବ୍ରତକୁମାର ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ବରେ ଭୋଗରାଇର ୫୩ ଟି ହାଇସ୍କୁଲ ଓ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଥାନାଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।