ସଡ଼କ ଦୁର୍ଘଟଣାରେ ଚାଲିଗଲା ଭଉଣୀର ଜୀବନ ଭାଇ ଆହତ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଢେଙ୍କାନାଳ,୧/୭ : ୫୫ନମ୍ୱର ଜାତୀୟ ରାଜପଥରେ ଢେଙ୍କାନାଳ କଲେଜ ବାଇ ପାସ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ବାଇକରେ ଢେଙ୍କାନାଳ ସପ୍ତଶଯ୍ୟାରୁ ଭାଇ ଭଉଣୀ ଘରକୁ ଫେରୁଥିବାବେଳେ ତାଙ୍କ ବାଇକ ଉପରେ ଏକ ଟ୍ରକ ଚଢ଼ିଗଲା। ଫଳରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ହୋଇଥିବାବେଳେ ଭାଇକୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଇ ଭଉଣୀ କଟକ ସିଡିଏ ଅଞ୍ଚଳର ବୋଲି ଜଣାପଡିଛି ।

ମୃତକଙ୍କ ପରିଚୟ ସୁଜାତା ପାଙ୍ଗୁରି ଓ ଗୁରୁତର ହୋଇଥିବା ତାଙ୍କ ଭାଇଙ୍କ ପରିଚୟ ତୁଷାରକାନ୍ତ ପାଙ୍ଗୁରି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ତେବେ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଦେଢ଼ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଟ୍ରକକୁ ଟାଉନ ପୋଲିସ ଜବତ କରିଥିବା ସହ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ।