ଭୁବନେଶ୍ଵର, ୩୧/୧୨ : ଜିରୋ ନାଇଟ୍ ସେଲିବ୍ରେସନ ବେଳେ ମଦୁଆଙ୍କ ଉପରେ କଡ଼ା ନଜର ରଖିବେ ସରକାର। ମଦ୍ୟପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ କରାଯିବ ନାହିଁ ବରଦାସ୍ତ। ଅସ୍ଥାୟୀ ବାର୍ ଖୋଲିବା ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ସରକାର। ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚାଲିଛି ଚଢ଼ାଉ। ଅନେକ ଜାଗାରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ। ପୁରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଚଳାଇଛି ଏହି ପ୍ରକ୍ରିୟା। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ନୂଆ ବର୍ଷରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ଆହୁରି କଠୋର ହେବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ। ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସଂପୂର୍ଣ୍ଣ ବାର୍ଯ୍ୟାପ୍ତି କରାଯିବ।