ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ପୁଲଓ୍ବାମା ଆକ୍ରମଣ ନେଇ ଭାରତର ଡୋଜିୟରକୁ ପୁଣି ପାକିସ୍ତାନର ଖଣ୍ଡନ

ନୂଆଦିଲ୍ଲୀ,୨୮।୩: ପୁଲଓ୍ବାମା ଆକ୍ରମଣକୁ ନେଇ ପାକିସ୍ତାନ ଆଜି ପୁଣିଥରେ ମିଛ କହିଛି। ଏହି ଆକ୍ରମଣ ଘଟଣା ପରେ ଭାରତ ପକ୍ଷରୁ ପ୍ରାରମ୍ଭିତ ତଦନ୍ତର ଫଳାଫଳକୁ ନେଇ ଦିଆଯାଇଥିବା ଡୋଜିୟରକୁ ପାକିସ୍ତାନ ଖଣ୍ଡନ କରିଛି। ପାକିସ୍ତାନ କହିଛି ଭାରତ ପକ୍ଷରୁ କୁହାଯାଇଥିବା ପ୍ରମୁଖ ୨୨ଟି ସ୍ଥାନରେ ତଦନ୍ତ କରିବା ପରେ ଜଣାପଡିଛି ସେଠାରେ କୌଣସି ଆତଙ୍କବାଦୀ ଶିବିର ନାହିଁ। ଭାରତ ଯଦି  ଅନୁରୋଧ କରେ ତେବେ ଆମେ ତାଙ୍କର ଅଧିକାରୀଙ୍କୁ ଗସ୍ତ ଓ ନୀରିକ୍ଷଣ କରିବାକୁ ଅନୁମତି ଦେଇପାରିବୁ। ଏହି ମାମଲାରେ ଗିରଫ କରାଯାଇଥିବା ୫୪ ଜଣଙ୍କ ବିରୋଧରେ ତଦନ୍ତ ବେଳେ ଏଭଳି କିଛି ତଥ୍ୟ ମିଳିନାହିଁ ଯେ, ସେମାନେ ପୁଲଓ୍ବାମା ଆକ୍ରମଣ ମାମଲାରେ ସାମିଲ ଅଛନ୍ତି।

ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି, ଭାରତ କହିଥିବା ୨୨ଟି ସ୍ଥାନରେ ଆମେ ତଦନ୍ତ କରିଥିଲୁ। ସେଠାରେ ଆତଙ୍କବାଦୀଙ୍କ କୌଣସି କ୍ୟାମ୍ପ ନାହିଁ।ଉଲ୍ଳେଖନୀୟ ଯେ ଭାରତ ପକ୍ଷରୁ ଗତ ଫେବୃଆରୀ ୨୭ରେ ପାକିସ୍ତାନ ଦୂତାବାସକୁ ଏକ ଡୋଜିୟର ଦିଆଯାଇଥିଲା। ଯେଉଁଥିରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦକୁ ପୁଲଓ୍ବାମା ଆକ୍ରମଣରେ ସାମିଲ ହେବା ଓ ଜୈଶ ଆତଙ୍କୀ କ୍ୟାମ୍ପ ସମ୍ପର୍କିତ ବିସ୍ତୃତ ପ୍ରମାଣ ଦେଇଥିଲା। ତେବେ ପାକିସ୍ତାନ ସବୁଥର ଭଳି ମଧ୍ୟ ଏଥର ନିଜ ଦେଶରେ ଥିବା ଆତଙ୍କବାଦୀ ସୁରକ୍ଷା ଦେଇ ଭାରତର ଡୋଜିୟରକୁ ଖଣ୍ଡନ କରିଚି।   

ଅନ୍ୟପକ୍ଷେ ପାକିସ୍ତାନର ଆଉ ଏକ କଳାକାରନାମାର ମଧ୍ୟ ପର୍ଦାଫାଶ ହୋଇଛି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ପୁଲଓ୍ବାମା ଆକ୍ରମଣ ପରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦକୁ ଫଣ୍ଡିଂ କରୁଥିବା ନେଇ ଜଣାପଡିଛି। ଆଇଏସ୍ଆଇ ଲସ୍କରକୁ  ଫଣ୍ଡିଂ ବନ୍ଦ କରି ତାହା ଏବେ ଜୈଶକୁ ଦେବା ଆରମ୍ଭ କରିଦେଇଛି। ଯାହାଫଳରେ ଜୈଶକୁ ଦିଆଯାଉଥିବା ଫଣ୍ଡିଂକୁ ନେଇ ଲସ୍କର ଆଇଏସ୍ଆଇ ଉପରେ ଅସନ୍ତୁଷ୍ଟ ରହିଛି ବୋଲି ଏକ ସୁତ୍ରରୁ ଜଣାପଡିଛି।  

Copyright © 2022 - Summa Real Media Private Limited. All Rights Reserved.