PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ରାଜ୍ ଠାକରେଙ୍କ ଚେତାବନୀପରେ ଟିସିରିଜ୍ ୟ୍ଟ୍ୟୁବରୁ ହଟାଇଲା ପାକିସ୍ତାନୀ ଗାୟକଙ୍କ ଗୀତ

ମୁମ୍ବାଇ,୧୭।୨(ଏଜେନ୍ସି) :ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ଦୋହଲି ଯାଇଛି। ଏହି ଆକ୍ରମଣରେ ସିଆରପିଏଫର୪୦ ଯବାନ ଶହୀଦ ହୋଇଯାଇଛନ୍ତି। ଏହି ଘଟଣାକୁ ସାରା ଦେଶରେ ବିରୋଧ ଜାରି ରହିଛି। ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍ଏନସି) ଫିଲ୍ମ ଓ୍ବିଙ୍ଗ ଶନିବାର ମ୍ୟୁଜିକ କମ୍ପାନୀରୁ ପାକିସ୍ତାନୀ ଗାୟକଙ୍କ ସହ କାମ ନକରିବାକୁ କହିଛନ୍ତି। ଏଭଳି ପରସ୍ଥିତିରେ ଏମଏନସିର ଚେତାବନୀ ଦେବାପରେ ଟି-ସିରିଜ ପାକିସ୍ତାନୀ ଗାୟକଙ୍କ ଗୀତକୁ ୟୁଟ୍ୟୁବରୁ ହଟାଇ ଦେଇଛି।

ଏମ୍ଏନ୍ଏସ୍ ଚିତରପତ ସେନାର ମୁଖ୍ୟ ଅମେୟ ଖୋପକର କହିଛନ୍ତି ଯେ, ଆମେ ଭାରତୀୟ ସଙ୍ଗୀତ କମ୍ପାନୀ ଯେଉଁଭଳି କି ଟି-ସିରିଜ, ସୋନି ମ୍ୟୁଜିକ, ଭିନସ୍ , ଟିପ୍ସ ମ୍ୟୁଜିକ ଆଦିକୁ ପାକିସ୍ତାନୀ ଗାୟକଙ୍କ ସହ କାମ ନକରିବା ପାଇଁ ମୌଖିକ ରୂପରେ କହିଛୁ। ଆମେ ତାଙ୍କୁ କହିଛୁ ଏସବୁ ତୁରନ୍ତ ବନ୍ଦ କର ନହେଲେ ଆମେ ଆମର ଶୈଳିରେ ଏହାକୁ ବନ୍ଦ କରିବୁ । ଏଠାରେ ଉଲ୍ଲେଖନୀୟ ଯେ, ଭୂଷଣ କୁମର ଟି-ସିରିଜରେ ରାହତ ଫତେ ଅଲ୍ଲୀ ଖାନ୍ ଓ ଆତିଫ୍ ଅସଲମଙ୍କ ସହିତ ଦୁଇଟି ଅଲଗା ଅଲଗା ସିଙ୍ଗିଲ୍ସ ପାଇଁ କାମ କରିଛନ୍ତି। ଖୋପକର କହିଛନ୍ତି  ଏହି ଚେତାବନୀ ପରେ ସେମାନେ ଗୀତକୁ (କମ୍ପାନୀର ୟୁ-ଟ୍ୟୁବ ଚ୍ୟାନେଲରୁ) ହଟାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର