PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ସର୍ବଦଳୀୟ ବୈଠକରେ ୩ ସୁତ୍ରୀୟ ପ୍ରସ୍ତାବ ପାସ୍, ଆତଙ୍କବାଦ ବିରୋଧୀ ଲଢେଇରେ ସରକାରଙ୍କୁ ବିରୋଧୀଙ୍କ ସମର୍ଥନ

ନୂଆଦିଲ୍ଳୀ,୧୬।୨(ଏଜେନ୍ସି): ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଳଦୀୟ ବୈଠକ ଡକାଯାଇଥିଲା। ଆତଙ୍କବାଦୀ ଆକ୍ରମଣ ବିଷୟରେ ବିରୋଧୀ ଦଳକୁ ସମ୍ପୂର୍ଣ୍ଣ ସୂଚନା ଦେବା ଓ ଆଗାମୀ ପଦକ୍ଷେପ ଉପରେ ଚର୍ଚ୍ଚା କରିବା ନେଇ ଦିଲ୍ଲୀରେ ଶନିବାର ବସିଥିଲା ସର୍ବଦଳୀୟ ବୈଠକ। ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆତଙ୍କବାଦ ବିରୋଧ  ଲଢେଇରେ ସରକାରଙ୍କୁ ବିରୋଧୀ ଦଳଙ୍କ  ସମର୍ଥନ ମିଳିଛି।  ଏହି ବୈଠକରେ ୩ ସୁତ୍ରୀୟ ପ୍ରସ୍ତାବ ପାସ୍ ହୋଇଛି। ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ୧୪ ଫେବୃଆରୀରେ ହୋଇଥିବା  ଏହି ଆକ୍ରମଣରେ ସିଆରପିଏଫର୪୦ ଜଣ ଯବାନ ଶହୀଦ ହୋଇଛନ୍ତି। ଦେଶବାସୀଙ୍କ ସହ ଏହି ଶୋକାକୁଳ ପରିବେଶରେ ଆମେ ତାଙ୍କ ସହ ଓ ଶହୀଦଙ୍କ ପରିବାର ଲୋକଙ୍କ ସହ ରହିଛୁ।  ଆମେ ଯେ କୌଣସି ପରିସ୍ଥିତିରେ ଆତଙ୍କବାଦ ଓ ସୀମାପାରରୁ ମିଳୁଥିବା ସମର୍ଥନକୁ ନିନ୍ଦା କରୁଛୁ। ଗତ ୩ ଦଶକ ହେବ ଭାରତ ସୀମାପାର ଆତଙ୍କବାଦର ସାମନା କରୁଛି। ଭାରତରେ କାୟା ବିସ୍ତାର କରିଥିବା ଆତଙ୍କବାଦ ସୀମାପାର ପ୍ରୋତ୍ସାହନରେ ଚାଲିଛି। ଭାରତ ଏହି ଚ୍ୟାଲେଞ୍ଜକୁ ଏକାଠି ମିଶି ମୁକାବିଲା କରିବ। ଏହି ଲଢେଇରେ ପୁରା ଦେଶ ଏକାଠି ରହିଛି।  ପ୍ରସ୍ତାବରେ କୁହାଯାଇଛି ଆମେ ଭାରତର ଏକତା ଓ ଅଖଣ୍ଡତାକୁ ରକ୍ଷା କରି ଆତଙ୍କବାଦ ବିରୋଧ ଲଢେଇରେ ସୁରକ୍ଷାବଳ ସହ ରହିଛୁ।

 ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଥିଲେ ଆମେ ସବୁ ଦେଶର ଏକତା ପାଇଁ ସରକାର ଓ ସୁରକ୍ଷା ବଳ ସହିତ ଠିଆ ରହିଛୁ। କଶ୍ମୀର ହେଉ କିମ୍ବା ଦେଶର ଅନ୍ୟ କୌଣସି ଅଂଶ, କଂଗ୍ରେସ ଦଳ ଆତଙ୍କବାଦ ବିରୋଧ ଲଢେଇରେ ସରକାରଙ୍କ ସହିତ ରହିଛୁ। ବୈଠକରେ ଆମେ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛୁ ଆପଣ ଆମ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୁହନ୍ତୁ ସେ ଦେଶର ସମସ୍ତ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳ ସହିତ ଏକ ବୈଠକ କରନ୍ତୁ। ଦେଶ ଆଜି ଶୋକ ପାଳୁଛି ଓ ଆକ୍ରୋଶରେ ରହିଛି। ୧୯୪୭ ପରେ ଯୁଦ୍ଧକୁ ଛାଡିକି ପ୍ରଥମ ଥର ପାଇଁ କୌଣସି ଆକ୍ରମଣରେ ଏତେ ସଂଖ୍ୟାରେ  ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି। ଆମେ ଆମର ସୁରକ୍ଷାକର୍ମୀ(ସେନା, ସିଆରପିଏଫ୍, ଲୋକାଲ ପୋଲିସ) ସହିତ ଠିଆ ହୋଇଛୁ। ସାରା ଦେଶ ତାଙ୍କ ସହିତ ରହିଛି। ବୈଠକ ପରେ ଶିବସେନା ନେତା ସଞ୍ଜୟ ରାଓତ କହିଛନ୍ତି ପଠାନକୋଟ୍ ଏବଂ ଉରି ଆକ୍ରମଣ ପରେ ପ୍ରସ୍ତାବ ପାସ୍ ହୋଇଥିଲା। ଆମେ କେନ୍ଦ୍ର ସରକାରଙ୍କୁ କହିଥିଲୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

 ଉଲ୍ଳେଖନୀୟ ଯେ, ବୈଠକରେ ଗୃହ ସଚିବ ରାଜୀବ ଗୋବା ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସଂସଦ ପରିସରରେ ହୋଇଥିବା ଏହି ବୈଠକରେ ନ୍ୟାସନାଲ କନଫ୍ରେନ୍ସର ନେତା ଫାରୁକ୍ ଅବଦୁଲା, ଏନସିପି ନେତା ଶରଦ ପାଓ୍ବାର, ବାମଦଳ ନେତା ଡି.ରାଜା, ଶିବସେନାର ସଞ୍ଜୟ ରାଓତଙ୍କ ସହ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମା ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର