ଭାରତର ଆତ୍ମରକ୍ଷା ଅଧିକାରକୁ ଆମେରିକାର ସମର୍ଥନ ରହିଛି: ବୋଲ୍ଟନ

ନୂଆଦିଲ୍ଲୀ, ୧୬।୨(ଏଜେନ୍ସି) ପୁଲଓ୍ବାମା ଆକ୍ରମଣ ଘଟଣାକୁ ଆମେରିକା ପକ୍ଷରୁ କଡା ନିନ୍ଦା କରାଯାଇଛି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍ଏ) ଜନ୍ ବୋଲ୍ଟନ ଗତ ଶୁକବ୍ରାର ଭାରତୀୟ ସମକକ୍ଷ ଅଜିତ ଡୋଭାଲଙ୍କ ସହ ଫୋନ କରି ଚର୍ଚ୍ଚା କରିଛନ୍ତି। ସେ କହିଛନ୍ତି ଭାରତକୁ ନିଜର ଆତ୍ମରକ୍ଷା କରିବାର ଅଧିକାର ରହିଛି। ସେଥିପାଇଁ ଭାରତକୁ ଆମେରିକା ସମର୍ଥନ କରିବ । ବୋଲ୍ଟନ କହିଛନ୍ତି ସେ ଶୁକ୍ରବାର ଦୁଇଥର ଡୋଭାଲଙ୍କୁ ପୁଲଓ୍ବାମା ଆକ୍ରମଣ ଘଟଣା ନେଇ କଥା ହୋଇଛନ୍ତି। ସିଆାରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିବା ଓ ତାଙ୍କର ସମର୍ଥନ ସମସ୍ତ ଦୋଷୀଙ୍କୁ କଠିନ ଦଣ୍ଡ ଦେବାରେ ଆମେରିକା ଭାରତକୁ ସମର୍ଥନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।