PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଏନ୍ଆଇଏ ରାଡାରରେ ମାଷ୍ଟରମାଇଣ୍ଡ ଘାଜି

ନୂଆଦିଲ୍ଳୀ,୧୬।୨(ଏଜେନ୍ସି) ପୁଲଓ୍ବାମାରେ ଦେଶ ହରାଇଥିବା ୪୦ ବୀର ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଲାଗିପଡିଛି ସୁରକ୍ଷା ବାହିନୀ। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନ୍ଆଇଏ)ର ରାଡାରରେ ଏହି ଆତ୍ମଘାତୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଜୈଶ ଆତଙ୍କବାଦୀ  ଘାଜି ରଶିଦ ରହିଛି। କୁହାଯାଉଛି ଯେ, ଆକ୍ରମଣର ଦୁଇ ମାଷ୍ଟର ମାଇଣ୍ଡ ଆତଙ୍କବାଦୀ ରଶିଦ ଗାଜି ଓ କାମରାନ୍ ଦୁହେଁ ପାମ୍ପୋର ଓ ପୁଲଓ୍ବାମା ଭିତରେ ଯେ କୌଣସି ସ୍ଥାନରେ ଲୁଚି ଥାଇ ପାରନ୍ତି। ଘାଜି ଏହି ଆକ୍ରମଣରେ ଆତ୍ମଘାତୀ ଆଦିଲ ଡାରକୁ ବିସ୍ପୋରକ ଲଗାଇବା ଓ ତାକୁ ବିସ୍ଫୋରକ ଟ୍ରେନିଂ ଦେଇଥିଲା। ଘାଜି ଆଇଆଇଡି ଏକ୍ସପର୍ଟ ଭାବରେ ଜଣାଯାଏ। ଗୋଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ଗତ ୧୧ରେ ପୁଲଓ୍ବାମାର ରତ୍ନୀପୁରା ଗାଁରେ ସେନା ସହ ସଂଘର୍ଷ ବେଳେ ରଶିଦ ଘାଜି ଖସି ଯିବାରେ ସଫଳ ହୋଇଥିଲା। ଏହି ସଂଘର୍ଷରେ ସ୍ଥାନୀୟ ଜଣେ ଆତଙ୍କବାଦୀ  ନିହତ ହୋଇଥିଲା।

-ଶ୍ରୀଗର ଜାତୀୟ ରାଜପଥର ୨୦-୨୫ କିଲୋମିଟର ଦୂର ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ହଟ୍ ବେଡ ରହିଛି। ହଟ ବେଡ ଅର୍ଥାତ ଆତଙ୍କବାଦୀଙ୍କ ସେହି ଅଞ୍ଚଳ ଯେଉଁଠି ବହୁ ବର୍ଷ ହେବ ଆତଙ୍କବାଦୀମାନେ ନିଜକୁ ସେଠାରେ କାୟା ବିସ୍ତାର କରିସାରିଛନ୍ତି। ଏବେ ସେନା ଓ ସୁରକ୍ଷା ଏଜେନ୍ସିର ନଜର ଏହି ହଟ୍ ବେଡ ଉପରେ ରହିଛି। ଏଠାରେ ଘାଜି ଲୁଚି ରହିଥିବାର ସନ୍ଦେହ କରାଯାଉଛି। ସୁରକ୍ଷା ବାହିନୀ ପାମ୍ପୋରରୁ ପୁଲଓ୍ବାମା ଭିତରେ ଥିବା ଏହି ଗାଁ ଗୁଡିକରେ  ସର୍ଚ ଅପରେସନ୍  ଆରମ୍ଭ କରିଦେଇଛି। ୨୦୧୪-୨୦୧୮ ଭିତରେ ଏହି ଅଞ୍ଚଳ ପରିସରରେ ମୋଟ ୧୦ ଟି ଆକ୍ରମଣ ହୋଇଛି। ଏନ୍ଆଇଏ ପୁଲଓ୍ବାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ୨ ଦିନ ପୂର୍ବରରୁ ଘାଟିରେ ସମସ୍ତ ଟେଲିଗ୍ରାମ ମେସେଜ୍, ଇଣ୍ଟରନେଟ୍ କଲ୍ ଡିଟେଲ ଖୋଜୁଛି।  

ସମ୍ବନ୍ଧିତ ଖବର