PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ଇମ୍ରାନ୍ ଖାନଙ୍କୁ ଜବାବ ଦେଲେ ଅମରିନ୍ଦର ସିଂହ: ‘ଭାରତକୁ ଭାଷଣ ଦିଅନି, ଆତଙ୍କୀ ମସୁଦ ଅଜହର ଦିଅ’

ନୁଆଦିଲ୍ଲୀ ୧୯/୨: ପୁଲୱାମା ଆକ୍ରମଣର ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରେସ୍ କନଫରେନ୍ସ କରି କହିଲେ ଯେ ଭାରତ ସରକାର ବିନା  ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦୁଛନ୍ତି । ଯଦି ଭାରତ ସରକାର କିଛି ପ୍ରମାଣ ଦିଅନ୍ତି ତେବେ ପାକିସ୍ତାନ ଯାଞ୍ଚ କରିବା ପାଇଁ ପ୍ରସ୍ତୁତ ଅଛି । ଯଦି ଭାରତ ଆକ୍ରମଣ କରିବ ତେବେ ପାକିସ୍ତାନ ମଧ୍ଯ ଜବାବ ଦେବ ବୋଲି କହିଥିଲେ ଇମ୍ରାନ୍ । ତେବେ ତାଙ୍କୁ ଏହାର ଜବାବ ଦେଇଛନ୍ତି ପଞ୍ଜାବ ମୁଖ୍ଯମନ୍ତ୍ରୀ କ୍ଯାପ୍ଟେନ ଅମରିନ୍ଦର ସିଂହ । ସେ କହିଛନ୍ତି, ‘ଭାରତକୁ ଭାଷଣ ଦିଅନି ଆତଙ୍କୀ ମସୁଦ ଅଜହର ଦିଅ’ ।

source:navbharattimes.indiatimes.com

ଅମରିନ୍ଦର କହିଛନ୍ତି ଆପଣଙ୍କ ପାଖରେ ଜୈଶ-ଏ-ମହମ୍ମଦର ମୁଖ୍ଯ ମସୁଦ ଅଜହର ଅଛି ଯିଏ କି ବହାବଲପୁରରେ ଲୁଚିଛି । ଆଇଏସଆଇ ସାହାଯ୍ଯରେ ଆତଙ୍କୀ ହମଲା କରାଉଛି । ଯାଅ, ତାକୁ ସେଠୁ ଉଠାଅ ଆଉ ଭାରତକୁ ସମର୍ପି ଦିଅ । ଯଦି ଆପଣ ଏହା କରିପାରୁନି ତେବେ ଆମକୁ କୁହ । ମୁମ୍ବାଇ ୨୬/୧୧ ଆକ୍ରମଣର ପ୍ରମାଣ ଦିଆଯାଇଛି, ତାର କଣ କଲ କୁହ ।

source:www.timesnownews.com

ଅନେକ ଦଳ ଇମ୍ରାନ୍ ଖାନଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି । ଆମ ଆଦମୀ ପାର୍ଟିର ମୁଖ୍ଯ ତଥା ଦିଲ୍ଲୀର ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘କଣ ହତ୍ୟାକାରୀ ନିଜେ ହତ୍ଯା କରିଛି ବୋଲି କେବେ ମାନେ ? ସେହିପରି ପାକିସ୍ତାନ କଣ କେବେ ନିଜ ଭୁଲକୁ ମାନିବ ?  ଭାରତ ଦୁର୍ବଳ ନୁହେଁ, ସେ ଭାରତକୁ ଏହାର ମୁହଁତୋଡ ଜବାବ ଦେବ ।’

source:www.uttarpradesh.org

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ କହିଛନ୍ତି ଯେ ଇମ୍ରାନ୍ ଖାନ୍ ଆତଙ୍କୀଙ୍କ ପୂର୍ବ ସାହାଯ୍ୟର ଋଣ ପରିଷୋଧ କରୁଛନ୍ତି । ପାକ ନିର୍ବାଚନ୍ ସମୟରେ ମସୁଦ ଅଜହର ଇମ୍ରାନଙ୍କ ପାଇଁ ପ୍ରଚାର କରିଥିଲା । ଏବେ ଇମ୍ରାନ ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା କିଛି ଆଶ୍ଚର୍ଯ୍ଯଜନକ କଥା ନୁହେଁ ।

source:http://hindi.eenaduindia.com

ଡେଜିୟୁ ନେତା କେସି ତ୍ଯାଗୀ କହିଛନ୍ତି ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନ ବିରୁଦ୍ଧରେ ସବୁବେଳେ ପ୍ରମାଣ ରହିଆସିଛି । ପାକିସ୍ତାନର ପିଏମ୍ ପାକିସ୍ତାନ ସେନାର କଣ୍ଢେଇ ହୋଇ ରହିଯାଇଛନ୍ତି । ସେନା ଯାହା କହିବ ସରକାର ସେୟା କରିବେ । ଆଉ ଏବେ ପାକିସ୍ତାନ ପିଏମଙ୍କ ସଫେଇ ଶୁଣି ହସ ଲାଗୁଛି । ସେ ଏହା ମଧ୍ଯ କହିଛନ୍ତି ଭାରତ ବିଶ୍ୱର ବଡ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ଯରେ ଗୋଟିଏ, ଏହି ଭାରତ ୬୨ର ଭାରତ ନୁହେଁ, ଏହା ୨୦୧୯ର ଭାରତ । ଆଉ ଏବେ ପ୍ରମାଣ ମାଗୁଛି ପାକିସ୍ତାନ । ୨୬/୧୧ ଆକ୍ରମଣର ପ୍ରମାଣ ଦିଆଯାଇଥିଲା, ତାର କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ତ୍ୟାଗୀ ।

ସମ୍ବନ୍ଧିତ ଖବର