ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ

ଆସିକା,୨୫/୦୧: ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ଅତିରିକ୍ତ ଜିଲ୍ଳା ଜଜଙ୍କ କୋର୍ଟରେ ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଜୈନିକା ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି। ମାମଲାର ବିଚାର ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ପ୍ରଭାକର ସ୍ବାଇଁକୁ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ୨୫ ଡ଼ିସେମ୍ବର ୨୦୨୦ ତାରିଖ ସକାଳୁ ୨୭ ବର୍ଷୀୟ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତାଙ୍କ ମା ଅନୁସାୟା ସ୍ବାଇଁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।
ହିଞ୍ଜିଳି ଥାନା କେସ ନଂ ୪୬୦/୨୦୨୦ ରେ ପୋଲିସ ମାମଲା ରୁଜୁ କରିଥିଲା। ଆଇପିଏସ ଜି.ଆର୍.ଗୁଣ୍ଡଲାଙ୍କ ନେତୃତ୍ୱରେ ତଦନ୍ତକାରୀ ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରଭାକର ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ଥାନୀୟ ଅତିରିକ୍ତ ଜିଲ୍ଳା ଜଜ କୋର୍ଟରେ ଏହି ମାମଲାର ବିଚାର ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଳା ଜଜ ୧୫ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ଅଭିଯୁକ୍ତ ପ୍ରଭାକର ସ୍ବାଇଁକୁ ଆଇପିସି ଧାରା ୩୭୬ ଓ ୪୫୦ରେ ଦୋଷୀ ସାବ୍ୟସ୍ତ କରି ୧୨ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଜରିମାନା କରିଛନ୍ତି।