PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଚାରିଆଡୁ ଘେରି ହୋଇ ରହିଛି ଅମୃତପାଲ ? ସ୍ୱର୍ଣ୍ଣ ମନ୍ଦିରରେ କରିପାରେ ଆତ୍ମ ସମର୍ପଣ, ହାଇ ଆର୍ଲଟରେ ପୁରା ଅମୃତସର

ଅମୃତସର,୨୯।୩ : ‘ଓ୍ବାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂହ ଏବେ ଚାରିବଡୁ ଘେରି ହେବାରେ ଲାଗିଛି। ସେ ୧୧ ଦିନ ହେବ ଫେରାର ରହିଛି, ଯେଉଁଠି ସେ ଲୁଚିବାକୁ ଚେଷ୍ଟା କରୁଛି, ସେଠାରେ ପଞ୍ଜାବ ପୋଲିସ ବ୍ୟତୀତ ଦିଲ୍ଲୀ, ହରିୟାଣା ପୋଲିସ ମଧ୍ୟ ତା’ ପଛରେ ପହଞ୍ଚି ଯାଉଛି। ଏଭଳି ସ୍ଥିତିରେ ଏବେ ଆଶଙ୍କା ବଢିଯାଇଛି ଯେ, ସେ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରର ଅକାଳ ତଖତ୍‌କୁ ଯାଇ ଆତ୍ମସମର୍ପଣ କରିବାର ଯୋଜନା କରିଛି। ଏହାକୁ ଦେଖି ପଞ୍ଜାବ ପୋଲିସ ସତର୍କ ରହିଛି। ସ୍ୱର୍ଣ୍ଣ ମନ୍ଦିର ଆଖପାଖରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଶତାଧିକ ସଂଖ୍ୟାରେ ପୋଲିସ ମୁତୟନ ଅଛନ୍ତି।

ଏହା ପୂର୍ବରୁ ପଞ୍ଜାବ ପୋଲିସ ମଙ୍ଗଳବାର ଅମୃତପାଲକୁ ହୋସିୟାରପୁରରେ ଲୁଚିଥିବାର ସୂଚନା ପାଇଥିଲା। ପୋଲିସ ଫଗଓ୍ବାଡାରୁ ଏକ ଅଜଣା ବାହାନର ପିଛା କରିଥିଲା। ଏଥିରେ ଅମୃତପାଲ ଥିବାର ଆଶଙ୍କା ଥିଲା। ମରାନିୟାରେ ଗୁରୁଦ୍ବାର ପାଖରେ ଏହି କାରରେ ବସିଥିବା ଲୋକ ବାହନ ଛାଡି ଫେରାର ହୋଇଯାଇଥିଲା। ଏହାପରେ ମରାନିୟା ଗାଁରେ ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସ ମୁତୟନ କରାଯିବ। ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଅମୃତପାଲକୁ ଧରିବା ପାଇଁ ଡୋର ଟୁ ଡୋର ଅପରେସନ୍ ଚାଲିଥିଲା। ଅମୃତପାଲ ସିଂହ ଏକ ଇଣ୍ଟରନ୍ୟାସନାଲ ଚ୍ୟାନେଲକୁ ଇଣ୍ଟରଭ୍ୟୁ  ଜଳନ୍ଧର ଯାଉଥିଲା। ତା’ର ଯୋଜନା ଥିଲା ସେ ପ୍ରଥମେ ଏହି ପୁରା ମାମଳାକୁ ନେଇ ବୟାନ ଦବେ ଓ ପୁଣିଥରେ ପଞ୍ଜାବ ପୋଲିସ ଆଗରେ ଆତ୍ମସପର୍ମଣ କରିବ, କିନ୍ତୁ ପୋଲିସକୁ ଏ ବିଷୟରେ ସୂଚନା ମିଳିଥିଲା ଓ ତା’ର ଯୋଜନା ଫେଲ୍ ମାରିଥିଲା।

ପଞ୍ଜାବ ପୋଲିସର ଗୁଇନ୍ଦା ୟୁନିଟ୍‌ ଅମୃତପାଲର ପଞ୍ଜାବ ନମ୍ବର ଥିବା ଇନୋଭା ଗାଡି (PB 10 CK 0527) କୁ ଫଗଓ୍ବାଡାରୁ ପିଛା କରୁଥିଲା। ଡ୍ରାଇଭର ଗାଡି ଧରି ହୋସିୟାରପୁର ଜିଲ୍ଲାର ଗାଁ ମରନାଇୟାର ଗୁରୁଦ୍ବାରରେ ପସିଥିଲା। ଏହାପରେ ଗାଡିକୁ ଚାଲୁ ସ୍ତିତିରେ ଛାଡି ଗାଡିରେ ଥିବା ଦୁଇ ସନ୍ଦିଗ୍ଧ କାନ୍ଥ ଡେଇଁ ଚାଲିଯାଇଥିଲେ। ଅମୃତପାଲ ପୁଣିଥରେ ପୋଲିସକୁ ଚକମା ଦେଇ ପଳାଇବାରେ ସଫଳ ହୋଇଥିଲା। ଏହାପରେ ତା’ର ସହଯୋଗୀ ପପ୍ପଲପ୍ରୀତ ଓ ଜଣେ ସହଯୋଗୀ ମଧ୍ୟ ଫେରାର ହୋଇଯାଇଛି।    

ସମ୍ବନ୍ଧିତ ଖବର