ମହିଳାଙ୍କୁ ବିଚ୍ ରାସ୍ତାରେ ପକାଇ ପିଟିଲେ କଂଗ୍ରେସ ନେତାଙ୍କ ଭାଇ, ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚଯ୍ୟ

ପଞ୍ଜାବର ମୁକ୍ତସରରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଭାଇ ସାମାନ୍ୟ ଟଙ୍କା ପାଇଁ ମହିଳା ଜଣଙ୍କୁ ବିଚ୍ ରାସ୍ତା ଉପରେ ମାଡ଼ ମାରିଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କଂଗ୍ରେସ ନେତା ରାକେଶ ଚୈାଧୁରୀଙ୍କ ଭାଇ ଏବଂ ତା ସାଙ୍ଗମାନେ ଏହି ମହିଳାଙ୍କୁ ଘର ଭିତର ଟାଣି ଆଣି ରାସ୍ତା ଉପରେ ଶୁଆଇ ଦେଇ ବେଲ୍ଟ ଏବଂ ବାଡ଼ିରେ ମାଡ଼ ମାରିଛନ୍ତି।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମହିଳା ମାଡ଼ ମାରୁଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଲା। ବର୍ତ୍ତମାନ ପୁଲିସ ଏହାର ତଦନ୍ତ ଜାରି ରଖିଛି।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମାଡ଼ ଖାଉଥିବା ମହିଳା ଜଣଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଜଣେ ମହିଳା ସାହାଯ୍ୟ କରିବା ପାଇଁ ଆସିଥିଲେ। ମାତ୍ର ସେ ବି ମାଡ଼ର ଶିକାର ହୋଇଛନ୍ତି। ଉଭୟ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବରିଷ୍ଠ ପୁଲିସ ଅଧୀକ୍ଷକ ମଞ୍ଜିତ ଢ଼େସୀ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଯାହା ଆମ ସାମ୍ନାକୁ ଆସିଛି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ତାକୁ ଦଣ୍ଡ ଦିଆଯିବ ବୋଲି ପୁଲିସ ଏହି କଥାର ଆଶ୍ବାସନା ଗ୍ରାମବାସୀଙ୍କୁ ଦେଇଛନ୍ତି।