ଏଫଡିରେ ସୁଧ ହାର ବଢାଇଲା ପିଏନବି, ଜାଣନ୍ତୁ ଏବେ କେତେ ମିଳିବ

ନୂଆଦିଲ୍ଲୀ ୫/୭: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୨ କୋଟି ଟଙ୍କାରୁ କମର ଫିକ୍ସ୍ଡ ଡିପୋଜିଟରେ ସୁଧ ହାରରେ ବୃଦ୍ଧି କରିଛି । ଏଫଡିରେ କଷ୍ଟମର୍ସଙ୍କୁ ଏବେ ୦.୧୦ପ୍ରତିଶତରୁ ଆରମ୍ଭ କରି ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ନୂଆ ସୁଧ ହାର ୪ ଜୁଲାଇ ୨୦୨୨ରୁ ଲାଗୁ ହୋଇସାରିଛି । ଏବେ ଆପଣଙ୍କୁ ପିଏନବି ବ୍ୟାଙ୍କରେ ଏଫଡି କରାଇଲେ ୩ ପ୍ରତିଶତରୁ ୫.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ ।
ଏବେ କେଉଁ ଅବଧିରେ ଏଫଡିରେ ମିଳିବ କେତେ ସୁଧ
ଅବଧି | ସୁଧ ଦର (% ରେ) |
୭ ରୁ ୪୫ ଦିନ | ୩.୦୦ |
46 ରୁ ୯୦ ଦିନ | ୩.୨୫ |
91 ରୁ ୧୭୯ ଦିନ | ୪.୪୦ |
180 ରୁ ୨୭୦ ଦିନ | ୪.୫୦ |
୨୭୧ ଦିନ ବା ଅଧିକ କିନ୍ତୁ ୧ ବର୍ଷ ରୁ କମ୍ | ୪.୫୦ |
୧ ବର୍ଷ | ୫.୩୦ |
୧ ବର୍ଷ ୧ ଦିନ ରୁ ନେଇ ୨ ବର୍ଷ ପର୍ଯ୍ୟନ୍ତ | ୫.୩୦ |
୨ ବର୍ଷ ୧ ଦିନ ରୁ ନେଇ ୩ ବର୍ଷ ପର୍ଯ୍ୟନ୍ତ | ୫.୫୦ |
୩ ବର୍ଷ 1 ଦିନ ରୁ ନେଇ ୫ ବର୍ଷ ପର୍ଯ୍ୟନ୍ତ | ୫.୫୦ |
୫ ବର୍ଷ ୧ ଦିନ ରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ | ୫.୬୦ |
ଏହା ପୂର୍ବରୁ ଚଳିତ ମାସରେ ଆଇଡିଏଫସି ଫର୍ଷ୍ଟ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ନିକଟରେ ଏଫଡିରେ ମିଳୁଥିବା ସୁଧ ହାରରେ ବୃଦ୍ଧି କରିଛନ୍ତି । IDFC ଫର୍ଷ୍ଟ ବ୍ୟାଙ୍କରେ ଏଫଡି କରାଇଲେ ଏବେ ଆପଣଙ୍କୁ ସର୍ବାଧିକ ୬.୫୦ପ୍ରତିଶତ ସୁଧ ମିଳୁଛି । ସେହିଭଳି କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଏଫଡି କରାଇଲେ ସର୍ବାଧିକ ୫.୯୦ ପ୍ରତିଶତ ସୁଧ ମିଳୁଛି ।
ଏଫଡିରେ ନିବେଶ କରିବା ପୂର୍ବରୁ ତା ଅବଧି ବା ଟେନୁୟରକୁ ନେଇ ଚିନ୍ତା କରିବା ଜରୁରି । କାରଣ ଯଦି ନିବେଶକ ମାଚ୍ୟୁରିଟି ପୂର୍ବରୁ ୱିଡ୍ରୋ କରନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିପାରେ । ଏଫଡି ମାଚ୍ୟୁୟର ହେବା ପୂର୍ବରୁ ତାକୁ ବ୍ରେକ୍ କଲେ ୧ ପ୍ରତିଶତ ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡିବ । ଏହା ଫଳରେ ଡିପୋଜିଟରେ ଆୟ ହେଉଥିବା ସମୁଦାୟ ସୁଧ କମିପାରେ ।