PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ହାଇଦ୍ରାବାଦକୁ ୫ ଓ୍ଵିକେଟରେ ହରାଇଲା ପଞ୍ଜାବ କିଙ୍ଗ୍ସ, ଆଇପିଏଲରେ ନିଜର ଅଭିଯାନ ଶେଷ କଲେ ଉଭୟ ଦଳ

pic - internet

ମୁମ୍ବାଇ: ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ବୋଲିଂ ବଳରେ ଆଇପିଏଲ ୨୦୨୨ର ଶେଷ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟରେ ହରାଇଛି। ବିଜୟ ସହ ପଞ୍ଜାବ କିଙ୍ଗ୍ସ ନିଜର ଅଭିଯାନ ଶେଷ କରିଥିବା ବେଳେ ହାଇଦ୍ରାବାଦ ଅଷ୍ଟମ ପରାଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଅପରାଜିତ ୪୯ ରନ ସହାୟତାରେ ପଞ୍ଜାବ ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୫୮ ରନ ବିଜୟ ଲକ୍ଷ୍ୟକୁ ୧୫.୧ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଶିଖର ଧାଓ୍ଵନ ୩୯ ରନ କରିଥିବା ବେଳେ ଜୋନି ବେୟାରଷ୍ଟୋ ୨୩ ଏବଂ ଜିତେଶ ଶର୍ମା ୧୯ ରନ କରିଛନ୍ତି। ହାଇଦ୍ରାବାଦ ତରଫରୁ ଫଜଲହକ ଫାରୁକି ସର୍ବାଧିକ ଦୁଇଟି ଓ୍ଵିକେଟ୍ ନେଇଛନ୍ତି। ଲିଗ୍ ପର୍ଯ୍ୟାୟ ଶେଷ ପରେ ଏବେ ପ୍ଲେ ଅଫ ଉପରେ ସଭିଙ୍କ ନଜର।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ହାଇଦ୍ରାବାଦ ତରଫରୁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ କରିଛନ୍ତି। ରୋମାରିଓ ଶେଫାର୍ଡ ୨୬ ରନ, ଓ୍ଵାଶିଂଟନ ସୁନ୍ଦର ୨୫ ରନ, ଆଡନ ମାରକ୍ରମ ୨୧ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବାରୁ ହାଇଦ୍ରାବାଦ ୧୫୭ ରନରେ ସୀମିତ ରହିଥିଲା। ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ୨୬ ରନ ଦେଇ ୩ ଏବଂ ନାଥନ ଏଲିସ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର